ଡଙ୍ଗାରେ ବାପା ସହ ଯାଉଥିଲା ବର୍ଷକର ଶିଶୁ, ଟାଣିନେଲା କୁମ୍ଭୀର
ମାଲେସିଆର ତାୱା ଡିଭିଜନ ଲାହାଦ ଡାଟୁରେ ଏକ ଅଭାବନୀୟ ଘଟଣା ଘଟିଛି। ଆଖି ପିଛୁଳାକେ ବାପାଙ୍କ ଆଖି ଆଗରେ ପୁଅକୁ ଟାଣି ନେଇଛି କୁମ୍ଭୀର । ଶିଶୁ ପୁତ୍ରର ବୟସ ୧ବର୍ଷ ହେବ ବୋଲି ସୂଚନା ମିଳିଛି। କୁମ୍ଭୀର ଆକ୍ରମଣରେ ବାପା ଗୁରୁତର ଆହତ ହୋଇଛନ୍ତି।
ସୂଚନାଯୋଗ୍ୟ, ଡଙ୍ଗାରେ ବାପା ନିଜର ଏକବର୍ଷ ଶିଶୁକୁ ନେଇ ଯାଉଥିଲେ। ଏହି ସମୟରେ ଏକ କୁମ୍ଭୀର ଡଙ୍ଗା ଉପରେ ଆକ୍ରମଣ କରି ବର୍ଷକର ଛୁଆକୁ ପାଣି ଭିତରକୁ ଟାଣି ନେଇଥିଲା। ବାପା ନିଜର ଛୁଆକୁ ବଞ୍ଚାଇବାକୁ ବହୁତ ଚେଷ୍ଟା କରିଥିଲେ, ଗୁରୁତର ଆହତ ବି ହୋଇଥିଲେ, କିନ୍ତୁ ଦୁର୍ଭାଗ୍ୟବଶତଃ ସେ ଶିଶୁକୁ ବଞ୍ଚାଇ ପାରି ନଥିଲେ। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ଅଗ୍ନିଶମ କର୍ମଚାରୀଙ୍କ ସହ ଉଦ୍ଧାର କରି ଦଳ ପହଞ୍ଚି ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲେ। ହେଲେ ଶିଶୁଙ୍କ କୌଣସି ପତ୍ତା ମିଳିପାରି ନାହିଁ। ପୁଅକୁ ହରାଇ ପରିବାର ମଧ୍ୟରେ ଶୋକରଛାୟା ଖେଳି ଯାଇଛି।
Powered by Froala Editor