ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଓ ସିବିଆଇ ମୁହାଁମୁହିଁ , ଜେଲରୁ ହସପିଟାଲ ଆସିଲେ ଏହି ନେତା

କୋଲକାତା : ପଶ୍ଚିମବଙ୍ଗରେ ପୁଣି ତୃଣମୂଳ କଂଗ୍ରେସ ଓ ସିବିଆଇ ମୁହାଁମୁହିଁ ହୋଇଛନ୍ତି । ଗତକାଲି ସିବିଆଇ ମମତାଙ୍କ ମନ୍ତ୍ରୀମଣ୍ଡଳର ଦୁଇ ମନ୍ତ୍ରୀ ଓ ଜଣେ ବିଧାୟକଙ୍କୁ ଗିରଫ କରିଥିବାବେଳେ ଏବେ ସ୍ୱାସ୍ଥ୍ୟଗତ କାରଣରୁ ସେମାନଙ୍କୁ ହସପିଟାଲରେ ଭର୍ତି କରାଯାଇଛି ।
ଗତକାଲି ନାରଦା ଷ୍ଟିଙ୍ଗ ଅପରେସନ ମାମଲାରେ ସିବିଆଇ ୪ ଜଣଙ୍କୁ ଗିରଫ କରିଥିଲା । ମନ୍ତ୍ରୀ ଫିରହାଦ ହକିମ ଓ ସୁବ୍ରତ ମୁଖାର୍ଜୀ ଏବଂ ବିଧାୟକ ମଦନ ମିତ୍ରା ଓ ପୂର୍ବତନ ଟିଏମସି ନେତା ତଥା କୋଲକାତା ମହାନଗର ନିଗମର ପୂର୍ବତନ ମେୟର ଶୋଭନ ଚାଟାର୍ଜୀଙ୍କୁ ଗିରଫ କରାଯାଇଥିଲା । ତେବେ ସେମାନଙ୍କୁ ସିବିଆଇ କୋର୍ଟ ଜାମିନ ପ୍ରଦାନ କରିଥିଲେବି ହାଇକୋର୍ଟ ଜାମିନ ଉପରେ ରୋକ ଲଗାଇଥିଲେ । ଫଳରେ ସେମାନଙ୍କୁ ଆଜି ହାକିମ ପ୍ରେସିଡେନ୍ସୀ ଜେଲକୁ ପଠାଇ ଦିଆଯାଇଥିଲା । ତେବେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ମଦନ ମିତ୍ର, ଶୋଭନ ଚାଟାର୍ଜୀ ଓ ସୁବ୍ରତ ମୁଖାର୍ଜୀଙ୍କୁ ଏସଏସକେଏମ ହସପିଟାଲରେ ଭର୍ତି କରାଯାଇଛି ।
Powered by Froala Editor