ଗରିବ ଲୋକଙ୍କ ହକ ପାଇଁ ମୁଁ ଲଢୁଛି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମୁଁ କଥାରେ ନୁହେଁ, କାମରେ ବିଶ୍ୱାସ କରେ । ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଦ୍ମପୁର ଝାରବନ୍ଧରେ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ଏଭଳି କହିଛନ୍ତି । ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ ପ୍ରଚାର କରିବା ବେଳେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି । ଏହାଛଡ଼ା ଗରିବ ଲୋକଙ୍କ ହକ ପାଇଁ ମୁଁ ଲଢୁଛି ବୋଲି ସେ କହିଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ କେନ୍ଦୁପତ୍ର ତୋଳାଳିଙ୍କ ହକ ପାଇଁ, ଚାଷୀଙ୍କ ଉନ୍ନତି ପାଇଁ କାମ କରୁଛୁ । ମା ମାନଙ୍କ ଉନ୍ନତି ପାଇଁ ଓଡ଼ିଶା ସବୁଠାରୁ ଭଲ କାମ କରୁଛି । ମା ମାନଙ୍କୁ ଉଦ୍ୟୋଗୀ କରିବା ଆମର ଲକ୍ଷ୍ୟ ବୋଲି ନବୀନ ପଟ୍ଟନାୟକ କହିଛନ୍ତି । ସେହିପରି ଆପଣମାନଙ୍କ ଆନକ ଦାବି ରହିଛି, ଆପଣମାନଙ୍କ ସ୍ୱପ୍ନ ସାକାର ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରଚାର ବେଳେ କହିଛନ୍ତି ।
ପ୍ରକାଶ ଯେ ହେଲିକପ୍ଟର ଯୋଗେ ପଦ୍ମପୁରରେ ପହଞ୍ଚିଥିଲେ ନବୀନ । ପର୍ୟ୍ୟାୟକ୍ରମେ ଝାରବନ୍ଧ, ପାଇକମାଳ ଓ ପଦ୍ମପୁରରେ ନିର୍ବାଚନୀ ସଭାକୁ କରିବେ ସମ୍ବୋଧିତ । ନିର୍ବାଚନୀ ସଭାରେ ବର୍ଷାଙ୍କ ପାଇଁ ଭୋଟ ମାଗିବେ ମୁଖ୍ୟମନ୍ତ୍ରୀ । ନବୀନଙ୍କ ପ୍ରଚାରକୁ ନେଇ ବିଜେଡି ଶିବିର ବେଶ ଉତ୍ସାହିତ ରହିଛି । ହଜାର ହଜାର କର୍ମୀଙ୍କୁ ନବୀନଙ୍କୁ ସ୍ୱାଗତ କରିବାକୁ ସଭାସ୍ଥଳରେ ଉପସ୍ଥିତ ରହିଛନ୍ତି । ଓଡ଼ିଆ ସ୍ପଟ ନୁ୍ୟଜ ଲଗାତାର ମାରାଥନ ପ୍ରଚାର କରି ବର୍ଷାଙ୍କୁ ଭୋଟ ଦେବାକୁ ଅପିଲ କରିବେ ମୁଖ୍ୟମନ୍ତ୍ରୀ ।
ଅନ୍ୟପଟେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଆଜି ପଦ୍ମପୁରରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିିବେ । ପ୍ରଚାର ପାଇଁ ଭୁବନେଶ୍ୱରରୁ ଟ୍ରେନ ଯୋଗେ ଯାଇଛନ୍ତି ପଦ୍ମପୁର । ଓଡ଼ିଆ ସ୍ପଟ ନୁ୍ୟଜ ଗୋଟିଏ ଦିନରେ ବିଭିନ୍ନ ସ୍ଥାନରେ ରୋଡ ସୋ ଓ ସଭା କରି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ଭୋଟ ମାଗିବେ । ଧାମନଗର ନିର୍ବାଚନରେ ଷ୍ଟାର ପ୍ରଚାରକ ତାଲିକାରେ ନାଁ ଥିଲେ ବି ପ୍ରଚାର କରିବାକୁ ଯାଇନଥିଲେ ଅପରାଜିତା ।
Powered by Froala Editor