ଆଜିଠୁ ମାଓବାଦୀଙ୍କ ପି.ଏଲ୍.ଜି.ଏ. ସପ୍ତାହ

ମାଲକାନଗିରି : ଆଜିଠାରୁ ଅର୍ଥାତ ଡିସେମ୍ବର ୨ ତାରିଖ ଠାରୁ ଡିସେମ୍ବର ୮ ତାରିଖ ପର୍ୟ୍ୟନ୍ତ ମାଓବାଦୀଙ୍କ ପି.ଏଲ୍.ଜି.ଏ. ସପ୍ତାହ ପାଳନ କରା ଯାଉଛିା ପ୍ରତିବର୍ଷ ମାଓବାଦୀ ମାନେ ଏହି ସପ୍ତାହ ପାଳନ କରୁଥିବା ବେଳେ ଚଳିତ ବର୍ଷ ମଧ୍ୟ ମାଓବାଦୀ ମାନେ ଏହି ସପ୍ତାହ ପାଳନ ପାଇଁ ପୂର୍ବରୁ ବହୁ ଚିଠି ଜାରି କରିଛନ୍ତି । ଏହି ସପ୍ତାହରେ ମାଓବାଦୀ ମାନେ ବହୁ ଉଗ୍ର ରୂପ ନେଉଥିବା ବେଳେ ଏହାକୁ ନେଇ ଜିଲ୍ଲା ପୁଲିସ ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ କଡାକଡି କରାଯାଇଛିା
ବିଏସଏଫ୍, ଏସ୍.ଓ.ଜି. ଓ ଡିବିଏଫ ପକ୍ଷରୁ କୁମ୍ବିଂ ଅପରେସନ ଜୋରଦାର କରା ଯାଉଥିବା ବେଳେ ଏଥିପାଇଁ ମାଓପ୍ରବଣ ଅଞ୍ଚଳ ଗୁଡିକରେ ସ୍ୱତନ୍ତ୍ର ପୁଲିସ ବାହିନୀ ମୁତୟନ କରାଯାଇଛିା ବିଶେଷ କରି ଛତିଶଗଡ ଓଡିଶାସୀମାନ୍ତବର୍ତୀ ଓ ଚିତ୍ରକୋଣ୍ଡା ବ୍ଲକର ସ୍ୱାଭିମାନ ଅଂଚଳରେ ଏହି ଦିବସରେ ମାଓବାଦୀଙ୍କ ସମ୍ଭାବ୍ୟ ହିଂସାକାଣ୍ଡକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରା ଯାଇଛିା ମାଓ ସଙ୍ଗଠନ ଚଳିତ ବର୍ଷ ୨୨ ତମ ସହିଦ ସପ୍ତାହ ପାଳନ କରୁଥିବା ବେଳେ ମାଓପ୍ରବଣ ଅଞ୍ଚଳରେ ମାଓବାଦୀ ମାନେ ମାଓ ସଂଗଠନର ଆଦର୍ଶ ଓ ଆଭିମୁଖ୍ୟ ସହ ନାଚଗୀତ ମାଧ୍ୟମରେ ସ୍ଥାନୀୟ ଆଦିବାସୀଙ୍କୁ ମାଓବାଦୀଙ୍କ ସଂଗଠନରେ ମିଶାଇବା ପାଇଁ ଆକୃଷ୍ଟ କରିବାକୁ ପ୍ରୟାସ କରୁଥିବା କୁହାଯାଉଛି । ଏହି ସପ୍ତାହରେ ସାମ୍ଭାବ୍ୟ ହିଂସାକୁ ଦୃଷ୍ଟିରେ ରଖି ଓଡିଶା ରାଜ୍ୟ ପରିବହନ ନିଗମ ପକ୍ଷରୁ ବିଶାଖାପାଟଣା, ବିଜୟନଗରମ୍, ମୋଟୁ, କୋରାପୁଟ, ଭୁବନେଶ୍ୱର, ବ୍ରହ୍ମପୁର, ଏବଂ ସ୍ୱାଭିମାନ ଅଂଚଳକୁ ସରକାରୀ ବସକୁ ମଧ୍ୟ ବନ୍ଦ କରିବାକୁ ନିଷ୍ପତି ନିଆଯାଇଛିା ଅନେକ ସ୍ଥାନକୁ ସରକାରୀ ବସ ବନ୍ଦ ଯୋଗୁଁ ଲୋକେ ନାନା ଅସୁବିଧାର ସାମ୍ନା କରୁଥିବା ବେଳେ ଘରୋଇ ବସ ଚଳାଚଳ କରୁଥିବା ଘରୋଇ ବସ ସଙ୍ଘର କର୍ମକର୍ତ୍ତା ପ୍ରକାଶ କରିଥିଲେ ।
Powered by Froala Editor