ପୁଣି ଇଡିରେ ହାଜର ହେଲେ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁ

ଭୁବନେଶ୍ୱର: ପୁଣି ଇଡିରେ ହାଜର ହେଲେ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁ । ଆଜି ଭୁବନେଶ୍ୱରସ୍ଥିତ ଇଡି କାର୍ୟ୍ୟାଳୟରେ ଜେରା ପାଇଁ ହାଜର ହୋଇଛନ୍ତି ପ୍ରମୋଦ । ଗତ ୨୯ ତାରିଖରେ ଇଡି ତାଙ୍କୁ ୧୨ ଘଂଟାର ମରାଥନ ଜେରା କରିଥିଲା ଇଡିରୁ ବାହାରିବା ପରେ ପ୍ରମୋଦ କହିଥିଲେ, ଇଡି ଯେଉଁ ପ୍ରଶ୍ନ ପଚାରିଛି ତାର ଉତର ସେ ଦେଇଛନ୍ତି । ଅର୍ଚ୍ଚନା ତାଙ୍କ ଘରେ ଭଡାକୁ ରହୁଥିଲେ । ସେ ସମୟରେ ଅର୍ଚ୍ଚନାଙ୍କ ଆର୍ଥିକ ଅବସ୍ଥା ଭଲ ନଥିଲା । ଭଡା ଟଙ୍କା ମାଗିବାକୁ ଏହାକୁ ଦେବାକୁ ସେ ମନା କରିଥିଲେ । ଘର ଛାଡିବାକୁ ୫ଲକ୍ଷ ଟଙ୍କା ଦେବାକୁ ବ୍ଲାକମେଲ କରିଥିଲେ ଅର୍ଚ୍ଚନା । ପ୍ରମୋଦ ସ୍ୱାଇଁ ହେଉଛନ୍ତି ସେହି ବ୍ୟକ୍ତି ଯାହାଙ୍କ ଘରେ ୨୦୧୬ ମସିହାରେ ଅର୍ଚ୍ଚନା ନାଗ ଭଡ଼ାରେ ରହୁଥିଲେ । ଏହ ପରେ ସମାନ ଘରେ ୨୦୧୮ରେ ଶ୍ରଦ୍ଧାଞ୍ଜଳି ବେହେରା ଭଡ଼ାରେ ରହୁଥିଲେ ।
ପ୍ରମୋଦ ସ୍ୱାଇଁ ପେସାରେ ଜଣେ ଫିଲ୍ମ ପ୍ରଯୋଜକ ସହିତ ଜଣେ ବିଲଡର । ତାଙ୍କ ଆକାଉଂଟରୁ ଅର୍ଥନୈତିକ କାରବାର ହୋଇଥିବା ସୁରାକ ପାଇବା ପରେ ସମନ କରିଥିଲା ଇଡି । କ’ଣ ପାଇଁ ଆର୍ଥିକ କାରବାର ହୋଇଥିଲା ତାର ଖିଅ ଖୋଜୁଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ସବୁଠୁ ବଡ଼ କଥା ହେଲା ଅର୍ଚ୍ଚନାଙ୍କ ପରେ ସମାନ ଘରେ ରହୁଥିଲେ ଶ୍ରଦ୍ଧାଞ୍ଜଳି । ଏହା ସଂଯୋଗ ଥିଲା ନା ଉଦ୍ଦେଶ୍ୟ ମୂଳକ ଥିଲା ତାହାର ତଦନ୍ତ କରୁଛି ଇଡି ।
Powered by Froala Editor