ଆଇଏଏସ୍ ପାହ୍ୟାକୁ ଉନ୍ନୀତ ହେଲେ ୧୩ ଓଏଏସ୍ ଅଫିସର
ଭୁବନେଶ୍ୱର: ରାଜ୍ୟର ୧୩ଜଣ ବରିଷ୍ଠ ଓଏଏସ୍ ଅଫିସର ବିଧିବଦ୍ଧ ଭାବେ ଆଇଏଏସ୍ ପାହ୍ୟାକୁ ଉନ୍ନୀତ ହୋଇଛନ୍ତି । ଏନେଇ ଆଜି କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ତେବେ ଏହି ଅଫିସରମାନଙ୍କ ନିଯୁକ୍ତି ଓଡ଼ିଶା ହାଇକୋର୍ଟରେ ସଞ୍ଜିତା ଦାସଙ୍କ ଦ୍ୱାରା ୨୦୨୧ ମସିହାରେ ଦାଏର ମାମଲାର ରାୟ ଅନୁରୂପ ହେବ ବୋଲି କାର୍ମିକ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି।
କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ବରିଷ୍ଠ ଓଏଏସ୍ ତୁଷାରକାନ୍ତ ମହାନ୍ତି, ସରୋଜ କୁମାର ସାମଲ, ମନୋଜ କୁମାର ମହାନ୍ତି, ସରୋଜ କୁମାର ସେଠୀ, ଅବନୀକାନ୍ତ ପଟ୍ଟନାୟକ, ସଂଗ୍ରାମ କେଶରୀ ମହାପାତ୍ର, ରାଜଶ୍ରୀ ମହାନ୍ତି, ଡଃ ଗଣେଶ୍ୱର ଜେନା, ଦେବେନ କୁମାର ପ୍ରଧାନ, ତ୍ରିଲୋଚନ ମାଝୀ, ଶକୁନ୍ତଳା ବିନ୍ଧାଣୀ, ଲକ୍ଷ୍ମୀକାନ୍ତ ପ୍ୟାରେଲାଲ ପ୍ରଧାନ ଓ ବିଜୟ କୁମାର ଦାଶଙ୍କୁ ଆଇଏଏସ୍ ପାହ୍ୟାକୁ ଉନ୍ନୀତ କରାଯାଇଛି । ସେମାନେ ଓଡ଼ିଶା କ୍ୟାଡ଼ରର ୨୦୨୧ ବ୍ୟାଚ୍ ଆଇଏଏସ୍ ଭାବେ ବିବେଚିତ ହେବେ।
Powered by Froala Editor