ଲକ୍ଷ୍ମୀ ମଣ୍ଡପରୁ ୪୦୭ ଟ୍ରକ ଚୋରୀ

ହାଟଡ଼ିହି: କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ନନ୍ଦିପଦା ଥାନା ଅଧିନସ୍ଥ ଜଳକଳଙ୍ଗ ଛକରୁ ଗୋଟିଏ ୪୦୭ଟ୍ରକ ଚୋରୀ ଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗରୁ ଜଣାଯାଇଛି ଯେ ଜଳକଳଙ୍ଗ ଗ୍ରାମର ଭଗବାନ ନାୟକ ତାଙ୍କ ୪୦୭ଟ୍ରକକୁ ସବୁଦିନ ପରି ବଜାର ମଧ୍ୟସ୍ଥ ଲକ୍ଷ୍ମୀ ମଣ୍ଡପ ନିକଟରେ ରଖିଥାନ୍ତି । ଗତକାଲି ଟ୍ରକଟି ସେଠାରେ ରଖା ଯାଇଥବବାବେଳେ ସକାଳୁ ଟ୍ରକଟି ନଥିବା ଦେଖି ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ସହିତ ଏନେଇ ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।
Powered by Froala Editor