ଭାରତ ଯୋଡ଼ ପଦଯାତ୍ରାରେ ରିୟା ସେନ
ବିଭିନ୍ନ ରାଜ୍ୟରେ ଭାରତ ଯୋଡ଼ ପଦଯାତ୍ରା ଶେଷ ହେବା ପରେ ଏବେ ରାହୁଲ ଗାନ୍ଧି ଆଣ୍ଡ କୋ ମହାରାଷ୍ଟ୍ରରେ ପହଞ୍ଚିଛନ୍ତି। ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ ଯାତ୍ରାରେ ଆଜି ସାମିଲ ହୋଇଛନ୍ତି ଅଭିନେତ୍ରୀ ରିୟା ସେନ। ମହାରାଷ୍ଟ୍ରର ଅକୋଲା ଜିଲ୍ଲାରେ କଂଗ୍ରେସ ଭାରତ ଯୋଡ଼ ଯାତ୍ରା କରୁଥିବା ବେଳେ ଅଭିନେତ୍ରୀ ରିୟା ସେନଙ୍କୁ ଦେଖିବାକୁ ମିଳିଛି।
ଏହାପୂର୍ବରୁ ଅଭିନେତ୍ରୀ ପୂଜା ଭଟ୍ଟ ମଧ୍ୟ ହାଇଦ୍ରାବାଦରେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ ଯାତ୍ରାରେ ସାମିଲ ହୋଇଥିଲେ। ଆଜି ରିୟା ସେନ ଭାରତ ଯୋଡ଼ ଯାତ୍ରାରେ ସାମିଲ ହୋଇଥିବା ବେଳର ଫଟୋକୁ କଂଗ୍ରେସ ପକ୍ଷରୁ ଟ୍ୱିଟ କରାଯାଇଛି।
ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଜୟନ୍ତୀ ଅବସରରେ ନଭେମ୍ବର ୧୯ ତାରିଖ ଦିନ ରାହୁଲ ଗାନ୍ଧି କେବଳ ମହିଳାଙ୍କ ସହ ଭାରତ ଯୋଡୋ ଯାତ୍ରା କରିବେ। ପାର୍ଟିର ବରିଷ୍ଠ ନେତା ତଥା ପ୍ରଚାର ବିଭାଗ ସାଧାରଣ ସମ୍ପାଦକ ଜୟରାମ ରମେଶ ଗୁରୁବାର ଏହି ସୂଚନା ଦେଇଛନ୍ତି। ରମେଶ ଅକୋଲା ଜିଲ୍ଲା ବାଡେଗାଓଁରେ ଗଣମାଧ୍ୟମ ସହ ଆଲୋଚନାରେ ସେ କହିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଜୟନ୍ତୀ ଅବସରରେ ନଭେମ୍ବର ୧୯ ତାରିଖ ଦିନ କେବଳ ମହିଳା ମାନେ ରାହୁଲଙ୍କ ସହ ପଦଯାତ୍ରା କରିବେ।
Powered by Froala Editor