ଏବେ ୮୦୦ ଶହ କୋଟି, ୨୦୮୬ ସୁଦ୍ଧା ୧୦୬୦ କୋଟି ଟପିବ ଜନସଂଖ୍ୟା
ବର୍ତ୍ତମାନ ଜନସଂଖ୍ୟା ୮୦୦ କୋଟି ଅତିକ୍ରମ କରିଛି। ୧୯୫୦ ମସିହାରେ ଯେଉଁ ମାନବଙ୍କ ସଂଖ୍ୟା ମାତ୍ର ଅଢ଼େଇଶହ କୋଟି ଥିଲା, ତାହା ବର୍ତ୍ତମାନ ତିନିଗୁଣରୁ ଅଧିକ ହୋଇଛି। ଜାତିସଂଘ ଏହି ସୂଚନା ଦେଇଛି । ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ କହିଛନ୍ତି ଯେ ମାନବ ବିକାଶରେ ଏହା ଏକ ମାଇଲଖୁଣ୍ଟ ହେବାକୁ ଯାଉଛି ।କେବଳ ଏତିକି ନୁହେଁ, ମିଳିତ ଜାତିସଂଘ ଆକଳନ କରିଛି ଯେ ଏହି ସଂଖ୍ୟା ୨୦୮୬ ସୁଦ୍ଧା ୧୦୬୦ କୋଟି ପର୍ଯ୍ୟନ୍ତ ଯାଇପାରେ।
ବର୍ତ୍ତମାନ ଚାଇନା, ଭାରତ, ପାକିସ୍ଥାନ, ବ୍ରାଜିଲ ଭଳି ଦେଶର ବିଶ୍ୱ ଜନସଂଖ୍ୟାରେ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଜନସଂଖ୍ୟାର ବିସ୍ଫୋରଣକୁ ଦୃଷ୍ଟିରେ ରଖି ଚୀନ୍ ସରକାର ୧୯୮୦ରୁ ଆରମ୍ଭ କରିଥିଲେ ଏକ ସନ୍ତାନ ନୀତି । ଯାହାକି ୨୦୧୫ ପର୍ଯ୍ୟନ୍ତ ଜାରି ରହିଥିଲା । ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ଥିଲା ଏହାର ମୁଖ୍ୟ ଉଦ୍ଦେଶ୍ୟ । ତେବେ ଆସନ୍ତାବର୍ଷ ଠାରୁ ଚୀନ୍ର ଜନସଂଖ୍ୟା ହ୍ରାସ ପାଇବାକୁ ଥିବା ବେଳେ ଭାରତ ତାକୁ ପଛରେ ପକାଇବ ବୋଲି ଜାତିସଂଘ ପକ୍ଷରୁ ଅନୁମାନ କରାଯାଇଛି ।
କିନ୍ତୁ ଏହା ମଧ୍ୟ ଚିନ୍ତାର ବିଷୟ ଯେ ଏତେ ସଂଖ୍ୟକ ଜନସଂଖ୍ୟା କିପରି ଉନ୍ନତ ଜୀବନ ପାଇବେ ଏବଂ ଜନସଂଖ୍ୟା ଉପରେ ତୁରନ୍ତ ବ୍ରେକ ଲଗାଇଲେ ମଧ୍ୟ ଅସନ୍ତୁଳନ ହେବାର ଆଶଙ୍କା ରହିଛି। ଯଦି ଏହା ଘଟେ, ଆଗାମୀ କିଛି ଦଶନ୍ଧି ମଧ୍ୟରେ, ବିଶ୍ୱର ବୃଦ୍ଧ ଜନସଂଖ୍ୟା ବହୁତ ଅଧିକ ହେବ ଏବଂ ଓ୍ବାର୍କଫୋର୍ସ କ୍ଷେତ୍ରରେ ଏକ ବଡ଼ ହ୍ରାସ ଘଟିବ।
Powered by Froala Editor