ପ୍ରଥମ ଥର ମୁମ୍ବାଇ ଏୟାରପୋର୍ଟରୁ ଜବତ ହେଲା ୩୨ କୋଟିର ସୁନା
ସୀମାଶୁଳ୍କ ବିଭାଗ ମୁମ୍ବାଇ ବିମାନବନ୍ଦରରେ ଗୋଟିଏ ଦିନରେ ୩୨କୋଟି ମୂଲ୍ୟର ୬୧କିଲୋଗ୍ରାମ ସୁନା ଜବତ କରିଛି। ପ୍ରଥମ କରି ମୁମ୍ବାଇ ସୀମାଶୁଳ୍କ ବିଭାଗ ବିମାନବନ୍ଦରରୁ ଏତେ କୋଟି ଟଙ୍କାର ସୁନା ଜବତ କରିଥିବା କୁହାଯାଉଛି। ଏହି ମାମଲାରେ ୭ଜଣଙ୍କୁ ଗିରଫ କରାଯାଇଛି, ସେଥିମଧ୍ୟରୁ ୨ ଜଣ ମହିଳା ଥିବା ଜଣାପଡ଼ିଛି।
ଗିରଫଙ୍କ ମଧ୍ୟରେ ଚାରିଜଣ ବ୍ୟକ୍ତି ତାଞ୍ଜାନିଆରୁ ଫେରୁଥିବା ତିନି ଭାରତୀୟଙ୍କ ଠାରୁ ୧ କେଜି ବାର୍ର ୫୩ କେଜିର ସୁନା ଜବତ ହୋଇଛି। ସେହିପରି ୨ ଯାତ୍ରୀଙ୍କଠାରୁ ୧୪ କେଜି। ଆଉ ଦୁଇ ଯାତ୍ରୀଙ୍କ ଠାରୁ ଯଥାକ୍ରମେ ୧୨ ଏବଂ ୧୩ କେଜିର ସୁନା ଜବତ ହୋଇଥିଲା। ଯାହାର ମୂଲ୍ୟ ୨୮.୧୭ କୋଟି ।
ସୂଚନାନୁସାରେ, ପ୍ରଥମ ମାମଲାରେ ୪ଜଣ ଭାରତୀୟ ଯାତ୍ରୀଙ୍କୁ ଗିରଫ କରାଯାଇଥିଲା। ୪ଜଣ ଭାରତୀୟ ଯାତ୍ରୀ ତାଞ୍ଜାନିଆରୁ ଆସିଥିଲେ। ସେମାନେ ସ୍ୱତନ୍ତ୍ର ଭାବେ ଡିଜାଇନ୍ ହୋଇଥିବା ଅଣ୍ଟା ବେଲ୍ଟ ପକେଟରେ ସୁନା ଲୁଚାଇ ରଖିଥିଲେ। ୪ଜଣ ଅଭିଯୁକ୍ତଙ୍କ ପାଖରୁ ୨୮.୧୭ କୋଟି ଟଙ୍କାର ମୋଟ ୫୩କିଲୋଗ୍ରାମ ସୁନା ଜବତ କରାଯାଇଛି।
ସେହିଭଳି ଦୁବାଇରୁ ଆସିଥିବା ତିନି ଜଣ ଯାତ୍ରୀଙ୍କଠାରୁ ସୀମାଶୁଳ୍କ ଅଧିକାରୀମାନେ ୩.୮୮ କୋଟି ମୂଲ୍ୟର ୮ କିଲୋଗ୍ରାମ ସୁନା ଜବତ କରିଛନ୍ତି ବୋଲି ସୂଚନା ମିଳିଛି।
Powered by Froala Editor