ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ : ଆଣ୍ଡାମାନ ଏବଂ ନିକୋବର ପୂର୍ବତନ ମୁଖ୍ୟ ସଚିବ ଗିରଫ
ଗଣବଳତ୍କାର ମାମଲାରେ ଆଣ୍ଡାମାନ ଏବଂ ନିକୋବରର ପୂର୍ବତନ ମୁଖ୍ୟ ସଚିବ ଜିତେନ୍ଦ୍ର ନାରାୟଣଙ୍କୁ ଗିରଫ କରାଯାଇଛି। ତାଙ୍କୁ ପଚରାଉଚରା କରିବା ଲାଗି ପୋର୍ଟବ୍ଲେୟାରରେ ହାଜର ହେବାକୁ ଅନୁସନ୍ଧାନକାରୀ ଦଳ ଏକ ସମନ ଜାରି କରିଥିଲା। ନୋଟିସ୍ ପାଇ ସେ ପୁଲିସରେ ହାଜର ହୋଇଥିଲେ। ତେବେ ଗୁରୁବାର ଜିତେନ୍ଦ୍ର ହାଜର ହୋଇ ତଦନ୍ତକାରୀ ଅଧିକାରୀଙ୍କୁ ତଦନ୍ତରେ ସହଯୋଗ କରିଥିଲେ। ଗୁରୁବାର ତାଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା।
ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଜିତେନ୍ଦ୍ରଙ୍କୁ ଗତ ଅକ୍ଟୋବର ମାସରେ ଗୃହ ମନ୍ତ୍ରଣାଳୟ ଦ୍ୱାରା ନିଲମ୍ବିତ କରାଯାଇଥିଲା। ମନ୍ତ୍ରଣାଳୟ କହିଥିଲା ଯେ, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ମୁଖ୍ୟ ସଚିବ ଥିବାବେଳେ ନାରାୟଣ ଏବଂ ଅନ୍ୟମାନେ ମିଶି ଜଣେ ମହିଳାଙ୍କୁ ଗଣ ଦୁଷ୍କର୍ମ କରିଥିବା ପୁଲିସରେ ଅଭିଯୋଗ ହୋଇଥିଲା। ଯାହାକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ତାଙ୍କୁ ତାଙ୍କ ପଦବୀରୁ ନିଲମ୍ବନ କରିଥିଲେ। ଏହି ଘଟଣାକୁ ନେଇ ଆଣ୍ଡାମାନ ଏବଂ ନିକୋବର ପୁଲିସର ଏକ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ ତଦନ୍ତ ଚଳାଇଛନ୍ତି।
Powered by Froala Editor