୧୧ହଜାର କର୍ମଚାରୀଙ୍କୁ ଛଟେଇ କରିଦେଲା ‘ମେଟା’

କର୍ମଚାରୀଙ୍କୁ ଶକ୍ତ ଝଟ୍କା ଦେଲା ‘ମେଟା’ । ଟ୍ୱିଟର ପରେ ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ଫେସ୍ବୁକ୍ (ମେଟା) ୧୧,୦୦୦ କର୍ମଚାରୀଙ୍କୁ ଛଟେଇ କାରାଯିବ ବୋଲି ଅଫିସିଆଲ ଭାବେ ଘୋଷଣା କରିଛି। ଏହି ଛଟେଇ ଫେସ୍ବୁକ୍ରେ କାମ କରୁଥିବା କର୍ମଚାରିଙ୍କର ୧୩ ପ୍ରତିଶତ ହେବ। ବୁଧବାର କମ୍ପାନୀ ପକ୍ଷରୁ ଏକ ବିବୃତିରେ ଏହି ତଥ୍ୟ ଜାରି କରାଯାଇଛି। ସେ ନିଜର କୁଶଳୀ କର୍ମଚାରୀଙ୍କୁ ବାହାର କରିଥିବାରୁ ଦୁଃଖ ପ୍ରକାଶ କରିଛନ୍ତି ।
ବୁଧବାର କର୍ମଚାରୀଙ୍କୁ ଛଟେଇ ନେଇ ‘ମେଟା’ରେ ଯୋଜନା ହୋଇଥିଲା । ସୋସିଆଲ ମିଡିଆ ପ୍ଲାଟଫର୍ମରେ ନୂଆ ମାର୍ଗଦର୍ଶିକା, ବିଜ୍ଞାପନରୁ ରାଜସ୍ବ କମିବା ଓ ମେଟାବର୍ସ ପ୍ରକଳ୍ପ ପାଇଁ କମ୍ପାନୀ ପକ୍ଷରୁ ଏହି କଠିନ ନିଷ୍ପତ୍ତି ନିଆଯାଇଛି । କଷ୍ଟ୍ କଟିଂ ମାଧ୍ୟମରେ କମ୍ପାନୀର କର୍ମଚାରୀ ଅକାରକୁ ୧୩ ପ୍ରତିଶତ ହ୍ରାସ କରାଯାଇଛି । ଫଳରେ ୧୧ ହଜାରରୁ ଅଧିକ ପ୍ରତିଭାଶାଳୀ କର୍ମଚାରୀଙ୍କୁ ଚାକିରିରୁ ବାହାର କରିବାକୁ ନିଷ୍ପତ୍ତି ନେଇଛି କମ୍ପାନୀ ।
ବର୍ତ୍ତମାନ ପରିସ୍ଥିତିରେ କମ୍ପାନୀକୁ ଚାକିରି ଏବଂ ପୁଞ୍ଜିଗତ ବ୍ୟୟ ହ୍ରାସ କରିବାର ଆବଶ୍ୟକତା ରହିଛି ବୋଲି ଫେସ୍ବୁକ୍/ମେଟାର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ କମ୍ପାନୀର ଅଂଶଧାରୀମାନଙ୍କୁ ଏକ ପତ୍ର ମାଧ୍ୟମରେ ଜଣାଇଛନ୍ତି। ଗତ କିଛି ମାସ ହେବ ସାରା ବିଶ୍ୱରେ ଉଭୟ ରାଜନୈତିକ ଓ ଭୌଗୋଳିକ ସମସ୍ୟା ଲାଗି ରହିଛି। ଫଳରେ ଆର୍ଥିକ ମାନ୍ଦାବସ୍ଥା ମଧ୍ୟ ସେହି ପରିମାଣରେ ଜାରି ରହିଛି। ଏଭଳି ସ୍ଥିତିରେ କମ୍ପାନୀ କର୍ମଚାରୀ ଛଟେଇ କରିଛି। ୨୦୦୪ରେ ଫେସବୁକ୍ ଆରମ୍ଭ ପରଠାରୁ ଏହା ସବୁଠାରୁ ବଡ଼ ଛଟେଇ । କମ୍ପାନୀକୁ ପୁଞ୍ଜି ଦକ୍ଷ କରିବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି । ‘ମେଟା’ରେ ମୋଟ୍ ୮୭ ହଜାର କର୍ମଚାରୀ ଚାକିରି କରୁଛନ୍ତି ।
Powered by Froala Editor