ଆଡ଼ଭାନୀଙ୍କୁ ଜନ୍ମଦିନ ଅବସରରେ ଶୁଭେଶ୍ଚା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲ୍ କ୍ରିଷ୍ଣା ଆଡଭାନୀଙ୍କର ଆଜି ଜନ୍ମଦିନ । ତାଙ୍କ ପବିତ୍ର ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତାଙ୍କୁ ଯାଇ ଭେଟିଛନ୍ତି । ଆଡଭାନୀଙ୍କ ୯୬ ତମ ସ୍ୱନକ୍ଷତ୍ର ଉସôବରେ ତାଙ୍କୁ ତାଙ୍କର ଦିଲ୍ଲୀସ୍ଥିତ ବାସଭବନରେ ଭେଟିଛନ୍ତି ମୋଦୀ ଓ ରାଜନାଥ ।
ପ୍ରଧାନମନ୍ତ୍ରୀ ମୋଦୀ ଆଡଭାନୀଙ୍କ ବାସଭବନରେ ତାଙ୍କ ସହ ପ୍ରାୟ ଅଧଘଣ୍ଟା ସମୟ ବିତାଇଥିଲେ । ସେଠାରେ ପହଞ୍ଚି ସେ ବରିଷ୍ଠ ବିଜେପି ନେତା ଆଡଭାନୀଙ୍କୁ ଫୁଲତୋଡା ଦେଇ ଜନ୍ମଦିନ ଶୁଭେଚ୍ଛା ଜଣାଇବା ସହ କିଛି ସମୟ ବାର୍ତ୍ତାଳପ ପରେ ଫେରିଥିଲେ ।
ଆଡଭାନୀ ଆରଏସଏସରୁ ତାଙ୍କର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ତାଙ୍କର ଜନ୍ମ ୧୯୨୭ ମସିହାରେ । ଆଡଭାନୀ ହେଉଛନ୍ତି ଭାରତୀୟ ଜନତା ପାର୍ଟି(ବିଜେପି)ର ଅନ୍ୟତମ ସହ ପ୍ରତିଷ୍ଠାତା । ସେ ୧୯୯୮ ମସିହାରେ ୨୦୦୪ ମସିହା ମଧ୍ୟରେ ଗୃହ ବ୍ୟାପାର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ ।
Powered by Froala Editor