ପ୍ରଦୂଷଣ ରୋକିବାକୁ ଛୋଟ ପ୍ରାୟାସ: ସାଇକେଲରେ ଅଫିସ ଯାଉଛନ୍ତି ସଫ୍ଟୱେୟାର କମ୍ପାନୀ କର୍ମଚାରୀ
ଦିଲ୍ଲୀର ପ୍ରଦୂଷଣ ମାତ୍ରା କଥା ତ ଜାଣିଥିବେ । ଗାଡି ମୋଟର ବନ୍ଦ ହେବା ପରେ ସ୍କୁଲ ବି ବନ୍ଦ । ଲୋକେ ପ୍ରଦୂଷଣରେ ଅଣନିଶ୍ୱାସୀ ହୋଇଯାଉଛନ୍ତି । ହେଲେ ଏହାର ପ୍ରତିକାର କ’ଣ? କାରଖାନା ଠୁ ଆରମ୍ଭ କରି ଗାଡିମୋଟର ସବୁ ଚାଲୁଛି । ତେବେ ପ୍ରତିକାର ହେବ କେମିତି? କିନ୍ତୁ ଛୋଟ ଛୋଟ ଚେଷ୍ଟା ଏସବୁଥିରେ ପରିବର୍ତ୍ତନ ଆଣିପାରିବ ।
ନିକଟରେ ପୁଣେର ଏକ ସଫ୍ଟୱେୟାର କମ୍ପାନୀ କର୍ମଚାରୀମାନେ ଏକ ନିଆରା ପ୍ରୟାସ ଆରମ୍ଭ କରିଛନ୍ତି । ଯେଉଁଠି କମ୍ପାନୀର ଅଧିକାଂଶ କର୍ମଚାରୀ ସାଇକେଲରେ ଅଫିସ ଆସୁଛନ୍ତି । କମ୍ପାନୀ ୮୦୦ରେ ୮୦୦ କର୍ମଚାରୀ କାମ କରୁଥିବାବେଳେ ପ୍ରାୟ ୧୦୦ ରୁ ଊର୍ଦ୍ଧ୍ୱ କର୍ମଚାରୀ ପ୍ରତିଦିନ ସାଇକେଲରେ ଯିବାଆସିବା କରିଥାନ୍ତି । ଏହା ସେମାନଙ୍କ ସ୍ୱାସ୍ଥ୍ୟପ୍ରତି ହିତକର ହୋଇଥିବାବେଳେ ପ୍ରଦୂଷଣ ରୋକିବାରେ ମଧ୍ୟ ସହାୟକ ହେଉଛି ।
କମ୍ପାନୀର ଜଣେ ବରିଷ୍ଠ କର୍ମକର୍ତ୍ତାଙ୍କ କହିବାନୁଯାୟୀ, ଆର୍ଟିଓ ତଥ୍ୟ ଅନୁଯାୟୀ ପୁଣେରେ ପ୍ରାୟ ୪୩ ଲକ୍ଷ ଯାନବାହନ ଅଛି । ଏହି କାରଣରୁ ପ୍ରଦୂଷଣ ବଢିବାରେ ଲାଗିଛି । ତେଣୁ କମ୍ପାନୀର ଏଭଳି ପଦକ୍ଷେପ ପ୍ରଦୂଷଣ ହ୍ରାସ କରିବାରେ ସହାୟକ ହେବ । କମ୍ପାନୀର ଏହି କାର୍ଯ୍ୟକୁ ସ୍ଥାନୀୟ ପୋଲିସ ଓ ପ୍ରଶାସନ ମଧ୍ୟ ପ୍ରଶଂସା କରିଛି । ଅତୀତରେ ପୁଣେକୁ ସାଇକେଲର ସହର ବୋଲି କୁହାଯାଉଥିଲା । ତେଣୁ ପୂର୍ବ ଗୌରବ ଫେରାଇ ଆଣିବାକୁ ଏହି ପ୍ରୟାସ ପ୍ରଶଂସନୀୟ ।
Powered by Froala Editor