କ୍ରିକେଟ ଜଗତର '୩୬୦ ଡିଗ୍ରୀ' ଖେଳାଳି ସୂର୍ଯ୍ୟକୁମାର
ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଟି-୨୦ ବିଶ୍ୱକପ ୨୦୨୨ରେ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟିଂ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସେ ଏପର୍ଯ୍ୟନ୍ତ ପାଞ୍ଚଟି ମ୍ୟାଚରେ ୫୦-୫୦-୫୦ ସ୍କୋର କରିଥିବା ବେଳେ କ୍ରିକେଟ୍ କିମ୍ବଦନ୍ତୀମାନେ ମଧ୍ୟ ସୂର୍ଯ୍ୟଙ୍କ ବ୍ୟାଟିଂକୁ ପ୍ରଶଂସା କରିବା ଆରମ୍ଭ କରିଛନ୍ତି। ପାକିସ୍ତାନର ପୂର୍ବତନ କ୍ରିକେଟର ଓ୍ବାସିମ ଅକ୍ରମ, ଓ୍ବକାର ୟୁନିସ ଏକ ସ୍ପୋଟ୍ସ ଚ୍ୟାନେଲରେ ସୂର୍ଯ୍ୟକୁମାରଙ୍କ ପ୍ରଶଂସା କରିଛନ୍ତି।
ସେମାନେ କହିଛନ୍ତି, ସୂର୍ଯ୍ୟକୁମାର ଅନ୍ୟ ଗ୍ରହରୁ ଆସିଛନ୍ତି। ସେ ସମସ୍ତଙ୍କଠାରୁ ଅଲଗା। ସେ କେବଳ ଜିମ୍ବାଓ୍ବେ ବିପକ୍ଷରେ ନୁହେଁ ବିଶ୍ୱର ଶ୍ରେଷ୍ଠ ବୋଲରଙ୍କ ବିପକ୍ଷରେ ରନ୍ କରିଛନ୍ତି। ତାଙ୍କ ପାଖରେ ମଇଦାନର ପ୍ରତିଟି କୋଣକୁ ବଲ୍ ପଠାଇବାର ଯୋଗ୍ୟତା ରହିଛି। ଏହି କାରଣରୁ ତାଙ୍କୁ ବର୍ତ୍ତମାନ ସମୟରେ କ୍ରିକେଟ ଜଗତର '୩୬୦ ଡିଗ୍ରୀ' ଖେଳାଳି ବୋଲି କୁହାଯାଉଛି।
Powered by Froala Editor