ରକ୍ତମୁଖା ହେଲା ଭାଲୁ, ରାମ୍ପୁଡି ଖାଇଲା
କିଛି ମସଲା ପ୍ୟାକେଟ ନେଇ ବେପାର କରିବାକୁ ଯାଉଥିବାବେଳେ ଜଣେ ଫେରିବାଲାକୁ ଆକ୍ରମଣ କରିଛି ଭାଲୁ । ଭାଲୁ ଆକ୍ରମଣ ବେଳର ଭିଡିଓ ଭାଇରାଲ ହେବାରେ ଲାଗିଛି। ଶନିବାର ତାମିଲନାଡୁର ତେନକାଶୀ ଜିଲ୍ଲା ଅନ୍ତର୍ଗତ ଅରଣ୍ୟାଞ୍ଚଳରେ ଏହି ଘଟଣା ଘଟିଛି। ଜଣେ ବ୍ୟକ୍ତି ଦୁଇ ଚକିଆ ଯାନରେ ମସାଲା ପ୍ୟାକେଟ୍ ନେଇ ଯାଉଥିବା ବେଳେ ହଠାତ୍ ଭାଲୁଟି ଆକ୍ରମଣ କରିଥିଲା। ଭାଲୁଟି ବ୍ୟକ୍ତିକୁ ଭୟଙ୍କର ଭାବେ ଆମ୍ପୁଡ଼ି ଥିଲା। ବ୍ୟକ୍ତିଙ୍କ ଚିତ୍କାର ଶୁଣି ଘଟଣାସ୍ଥଳରେ ଲୋକେ ଏକାଠି ହୋଇ ଯାଇଥିଲେ, ବ୍ୟକ୍ତିଙ୍କୁ ଭାଲୁ କବଳରୁ ଉଦ୍ଧାର କରିବାକୁ ବହୁ ଚେଷ୍ଟା କରିଥିଲେ।
ଆଶ୍ଚର୍ଯ୍ୟର କଥା ହେଉଛି ଘଟଣାସ୍ଥଳରେ ଜମିଥିବା ଭିଡ଼ ଉପରେ ବି ଭାଲୁ ଆକ୍ରମଣ କରିବା ଆରମ୍ଭ କରି ଦେଇଥିଲା। ଯଦ୍ବାରା ଅନ୍ୟ ଦୁଇଜଣ ମଧ୍ୟ ଗୁରୁତର ହୋଇଥିଲେ। ଏହି ଘଟଣାର ଭିଡିଓକୁ କେହି ଜଣେ କୈଦ କରି ସୋସିଆଲ ମିଡିଆରେ ପୋଷ୍ଟ କରି ଦେଇଥିଲେ। ଏହି ଭିଡିଓକୁ ଯିଏ ଦେଖୁଛନ୍ତି ତାଙ୍କ ଲୋମମୂଳ ଟାଙ୍କୁରି ଉଠୁଛି।
କାରୁତିଲିଙ୍ଗପୁରମ୍ର ଫେରି ବ୍ୟବସାୟୀ ବୈଗୁଣ୍ଡାମଣି ବାଇକ୍ରେ ମସଲା ପ୍ୟାକେଟ୍ ନେଇ ଶିବଶୈଳମ୍ରୁ ପେତାନପଲ୍ଲୀ ଯିବା ସମୟରେ ଘଟଣାଟି ଘଟିଥିଲା। ବନାଞ୍ଚଳ ଦେଇ ମଧ୍ୟରେ ପଡ଼ିଥିବା ରାସ୍ତା ବାଟେ ଯିବା ବେଳେ ଭାଲୁଟି ଲମ୍ଫ ମାରି ବୈଗୁଣ୍ଡାମଣିଙ୍କୁ ତଳେ ପକାଇ ଦେଇ କାମୁଡ଼ି ପକାଇଥିଲା। ଗ୍ରାମବାସୀ ଆସି ଭାଲୁଟିକୁ ଘଉଡ଼ାଇବା ଲାଗି ଟେକାପଥର ଫିଙ୍ଗିଲେ। କିନ୍ତୁ ଭାଲୁ ଓଲଟି ଘେରିଥିବା ଲୋକମାନଙ୍କ ଆଡ଼କୁ ଖେଦି ଯାଇ ନଗେନ୍ଦ୍ର ଓ ଶୈଳେନ୍ଦ୍ର ନାମକ ଅନ୍ୟ ଦୁଇଜଣ ବ୍ୟକ୍ତିଙ୍କୁ ଆକ୍ରମଣ କରି କ୍ଷତାକ୍ତ କରିଥିଲା।
Powered by Froala Editor