ରାଜଧାନୀରେ ପୁଲିସ ଓ ବିଜେପିକର୍ମୀ ମୁହାଁମୁହିଁ
ଭୁବନେଶ୍ୱର :ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଓ ବିଜେଡି ଜିଲ୍ଲା ପରିଷଦ ସଭ୍ୟ ମୃତୁ୍ୟ ମାମଲାକୁ ନେଇ ସରକାର ଏେବେ ହରଣଘଡ଼ାରେ । ଏହି ଦୁଇ ପ୍ରସଙ୍ଗକୁ ନେଇ ନିକଟରେ ଛାତ୍ର କଂଗ୍ରେସ ଗର୍ଜିଥିଲା ବେଳେ ଆଜି ବିଜେପି ବି ଆନେ୍ଦାଳନ କରିଛି । ଛାତ୍ର କଂଗ୍ରେସ ଯେମିତି ନବୀନ ନିବାସ ଘେରାଉ କରିବାକୁ ଉଦ୍ୟମ କରିଥିଲା ବିଜେପି ବି ସେମିତି ଉଦ୍ୟମ କରିଥିଲା । ତେବେ ପୁଲିସ ଅଟକାଇବାକୁ ବିଜେପି କର୍ମୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ।
ସୋମବାର ରାଜଧାନୀରେ ବିଜେପିର ବିରାଟ ଶୋଭାଯାତ୍ରା। ଶିଶୁଭବନ ଛକରେ ପୁଲିସ ଓ ବିଜେପିକର୍ମୀ ମୁହାଁମୁହିଁ ହୋଇଛନ୍ତି। ନବୀନ ନିବାସ ଘେରାଉ ପାଇଁ ବିଜେପି କର୍ମୀଙ୍କ ଉଦ୍ୟମ ସମୟରେ ମୁହାଁମୁହିଁ ହୋଇଛନ୍ତି ବିଜେପିକର୍ମୀ-ପୁଲିସ। ଶତାଧିକ ବିଜେପି କର୍ମୀ ରାଜ୍ୟକାର୍ୟ୍ୟାଳୟରୁ ବଡ ଶୋଭାଯାତ୍ରାରେ ନବୀନ ନିବାସ ଅଭିମୁଖେ ଯାଉଥିବା ସମୟରେ ବ୍ୟାରିକେଡ ଡେଇଁ ଯିବାକୁ ଉଦ୍ୟମ ସମୟରେ ପୁଲିସ ଅଟକାଇବାରୁ ମୁହାଁମୁହିଁ ହୋଇଛନ୍ତି।
ଏହି ଶୋଭା ଯାତ୍ରାରେ ସାମିଲ ରହିଛିନ୍ତି ବିଜେପିର ସମ୍ବିତ ପାତ୍ର, ପୃଥ୍ୱୀରାଜ ହରିଚନ୍ଦନ ,ବାବୁ ସିଂହ ଓ ଅନ୍ୟାନ୍ୟ ବିଜେପି କର୍ମୀ। ଧର୍ମେନ୍ଦ ସାହୁ ଓ ଅର୍ଚ୍ଚନା ପ୍ରସଙ୍ଗକୁ ନେଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଦାବିରେ ବିଜେପି ପକ୍ଷରୁ ଏହି ଆନ୍ଦୋଳନ କରାଯାଉଛି।
Powered by Froala Editor