ଧାମନଗର ଉପନିର୍ବାଚନ: ଆଜି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ
ଭଦ୍ରକ: ଧାମନଗର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ଆଜି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱରରୁ ଭର୍ଚୁଆଲ ମାଧ୍ୟମରେ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ।
ଧାମନଗର ଉପନିର୍ବାଚନ ଭୋଟକୁ ମଝିରେ ୨ ଦିନ ଥିବା ବେଳେ ଧାମନଗରରେ ଜମୁଛି ପ୍ରଚାର। ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ସହ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ମଧ୍ୟ ପ୍ରଚାରକୁ ଜୋରଦାର କରିଛନ୍ତି। ସବୁ ଦଳର ଆଗ ଧାଡ଼ିର ନେତା ଧାମନଗରରେ ଡେରା ପକାଇ ସହ ଡୋର ଟୁ ଡୋର କ୍ୟାମ୍ପେନିଂ କରୁଛନ୍ତି।
ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ କୀ ବାତ’ କାର୍ୟ୍ୟକ୍ରମ ଜରିଆରେ ପ୍ରଚାର କରିଛି ବିଜେପି। କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଓ ରାଜ୍ୟ ସଭାପତି ସମୀର ମହାନ୍ତି ଲୋକଙ୍କ ଗହଣରେ ରହି ମନ କୀ ବାତ୍ ଶୁଣାଇଛନ୍ତି। ବିଜେଡିର ହେଭିୱେଟ୍ ନେତାମାନେ ମଧ୍ୟ ରୋଡ୍ ଶୋ’ଓ ଡୋର ଟୁ ଡୋର କ୍ୟାମ୍ପେନିଂ କରି ଦଳୀୟ ପ୍ରାର୍ଥୀ ଅବନ୍ତୀଙ୍କ ଲାଗି ଭୋଟ ମାଗିଛନ୍ତି। କଂଗ୍ରେସର ପ୍ରଚାର ମଇଦାନରେ ଦଳୀୟ ଉପସଭାପତି ଚିରଞ୍ଜିବୀ ବିଶ୍ୱାଳ ଓ ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କୁ ଦେଖିବାକୁ ମିଳିଥିଲା
Powered by Froala Editor