ବଦଳିଲା ପରିଦର୍ଶନ ସମୟ, ସନ୍ଧ୍ୟା ୬ଟାରୁ ବନ୍ଦ ହେବ କୋଣାର୍କ ମନ୍ଦିର
କୋଣାର୍କ : ବଦଳିଲା ସୂର୍ୟ୍ୟମନ୍ଦିର ପରିଦର୍ଶନ ସମୟ। ଏଣିକି ସନ୍ଧ୍ୟା ୬ଟାରୁ ବନ୍ଦ ହେବ କୋଣାର୍କ ମନ୍ଦିର। ପୂର୍ବରୁ ମନ୍ଦିର ପରିଦର୍ଶନର ସମୟ ସୀମା ରାତି ୭ଟା ଥିଲା। ହେଲେ ଏହି ନିୟମରେ ଏବେ ପରିବର୍ତ୍ତନ କରାଯାଇଛି।
ସୂଚନାନୁଯାୟୀ, ପର୍ୟ୍ୟଟକଙ୍କ ପାଇଁ ଏଣିକି ସନ୍ଧ୍ୟା ୬ଟାରେ ବନ୍ଦ ହେବ ସୂର୍ୟ୍ୟମନ୍ଦିର ଓ ନଭେମ୍ବର ୧ ତାରିଖରୁ ଫେବୃଆରୀ ୨୮ ତାରିଖ ପର୍ୟ୍ୟନ୍ତ ସକାଳ ୬ଟାରୁ ମନ୍ଦିର ଖୋଲା ରହି ସନ୍ଧ୍ୟା ୬ଟାରେ ବନ୍ଦ ହେବ। ଏଏସଆଇ ବିଭାଗ ପକ୍ଷରୁ ଏହି ସୂଚନା ମିଳିଛି ଓ ସେହିଭଳି ସନ୍ଧ୍ୟାରେ ଦୁଇଟି ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ ସୋ ଚାଲିବ। ସନ୍ଧ୍ୟା ୬ଟା ୩୦ ରୁ ୭ଟା ୧୦ ପର୍ୟ୍ୟନ୍ତ ଗୋଟିଏ ସୋ ଚାଲିବ। ଏହାପରେ ୭ଟା ୩୦ ରୁ ୮ଟା ୧୦ପର୍ୟ୍ୟନ୍ତ ଆଉ ଗୋଟିଏ ସୋ ଚାଲିବ।
Powered by Froala Editor