ମନ କୀ ବାତ୍ରେ ‘ସୌର ଶକ୍ତି’ : କେନ୍ଦୁଝରର କୁନି ଓ ଭୁବନେଶ୍ୱରର ଆଇଆଇଟିକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
‘ମନ୍ କୀ ବାତ୍’ର ୯୪ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ସୌର ଶକ୍ତି’ ବିଷୟରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ସୌର ଶକ୍ତିକୁ ନେଇ ଦୁନିଆ ନୂଆ ଭବିଷ୍ୟତ ଦେଖୁଛି । ସୌର ଶକ୍ତିରୁ ଭାରତ ବିଦ୍ୟୁତ୍ ଉତ୍ପାନ କରୁଛି ବୋଲି ମୋଦି କହିଛନ୍ତି।
ଏହି ଅବସରରେ ସେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ କରଡାପାଳର କୁନି ଦେହୁରୀ ଓ ଭୁବନେଶ୍ୱର ଆଇଆଇଟିର ପଦକ୍ଷେପକୁ ପ୍ରଶଂସା କରିଛନ୍ତି। କୁନି ଦେହୁରୀ ସୌର ଶକ୍ତିର ଉପଯୋଗ କରି ନିଜେ ରୋଜଗାର କରିବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। ସୌରଶକ୍ତି ସହାୟତାରେ ରିଲିଂ ମେସିନ୍ ଚଳାଇ ସୂତା ଉତ୍ପାଦନ କରୁଛନ୍ତି। ସେ ଏଥିସହ ଆଦିବାସୀମାନଙ୍କୁ ସିଲ୍କ ପ୍ରସ୍ତୁତି ପାଇଁ ତାଲିମ ଦେଇ ରୋଜଗାରକ୍ଷମ କରାଉଛନ୍ତି।
ସେହିପରି ଚଳିତ ମାସରେ ୨୩ଟି ‘ଆଇଆଇଟି’ ସେମାନଙ୍କର ‘ରିସର୍ଚ ପ୍ରୋଜେକ୍ଟ୍’ ପ୍ରଦର୍ଶନ କରିବାକୁ ଆସିଥିଲେ। ନବଜାତକ ବା କୋଳଛୁଆଙ୍କ ପାଇଁ ଆଇଆଇଟି-ଭୁବନେଶ୍ୱର ଟିମ୍ ଗୋଟାଏ ପୋର୍ଟେବ୍ଲ୍ ଭେଣ୍ଟିଲେଟର୍ ନିର୍ମାଣ କରିଛି। ଏହି ଭେଣ୍ଟିଲେଟର୍ ବ୍ୟାଟେରି ବଳରେ ଚାଲିପାରିବ। ଦୂରଦୂାନ୍ତର ଅଞ୍ଚଳରେ ଅପରିପକ୍ୱ ନବଜାତକମାନଙ୍କ ଜୀବନ ରକ୍ଷା କ୍ଷେତ୍ରରେ ଏହାକୁ ବ୍ୟବହାର କରିହେବ ବୋଲି ମୋଦି କହିଛନ୍ତି।
Powered by Froala Editor