୩ ବେଆଇନ କ୍ଲିନିକ୍ ସିଲ
ବୌଦ୍ଧ : ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ୩ ଗୋଟି କ୍ଳିନିକକୁ ସିଲ କରାଯାଇଛି। ସହରର ନଟରାଜ ଡାଇଗ୍ନୋଷ୍ଟିକ ଓ ପ୍ରଧାନ ଡେଣ୍ଟାଲ କ୍ଳିନିକ ଓ ଶ୍ରୀସାଇ ଡେଣ୍ଟାଲ କ୍ଳିନିକ୍ କୁ ପ୍ରଶାସନ ପକ୍ଷରୁ ସିଲ କରାଯାଇଛି । ଉକ୍ତ କ୍ଳିନିକ ଗୁଡିକ ସରକାରଙ୍କ ନିୟମ ଅନୁଯାୟୀ ଚଳାଉନଥିବା ଯୋଗୁଁ ସିଲ କରାଯାଇଥିବା ଜଣାପଡିଛି ।
ଚଢାଉ ସମୟରେ ଉପଜିଲ୍ଲାପାଳ ସନତ କୁମାର ନାଏକ,ଅତିରିକ୍ତ ତହସିଲଦାର ମହମ୍ମଦ ରାଜେରସୁଲ, ଡା .ବିଜୟ କୁମାର ଦାଶ, ଜିଲ୍ଲା ଡ୍ରଗ ଇନିସପେକ୍ଟର ସନ୍ତୋଷ କୁମାର ପ୍ରଧାନ ଓ ପୁଲିସ କର୍ମଚାରୀମାନେ ସାମିଲ ଥିଲେ। ଏନେଇ ଜିଲ୍ଲା ଡ୍ରଗ ଇନିସପେକ୍ଟର ଶ୍ରୀ ପ୍ରଧାନଙ୍କୁ ପଚାରିବାରୁ ସରକାରଙ୍କ ନିୟମ ଅନୁଯାୟୀ ଆବଶ୍ୟକୀୟ କାଗଜପତ୍ର (କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ୍ ପଂଜିକରଣ ପ୍ରମାଣପତ୍ର) ନଥିବାରୁ କ୍ଲିନିକ୍ ଗୁଡିକୁ ସିଲ କରାଯାଇଥିବା ସୁଚନା ଦେଇଛନ୍ତି।
Powered by Froala Editor