ବାଣ ତିଆରି ବେଳେ ଅଘଟଣ :ବିସ୍ଫୋରଣ ଘଟି ଯୁବକ ମୃତ
ଖଲ୍ଲିକୋଟ : ବାଣ ତିଆରି ବେଳେ ଘଟିଛି ବଡ଼ ଧରଣର ଅଘଟଣ । ବିସ୍ଫୋରଣ ଘଟି ଜନୈକ ଯୁବକଙ୍କ ମୃତ୍ୟୁ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳର କରଣ ସାହିରେ । ମୃତକ ହେଲେ ଜିତେନ୍ଦ୍ର ପ୍ରଧାନ (୩୦) ।
ସୂଚନା ଅନୁଯାୟୀ ଘରର ଛାତ ଉପରେ ଜିତେନ୍ଦ୍ର ବାଣ ଭିଡୁଥିବା ବେଳେ ବିସ୍ଫୋରଣ ହୋଇଥିଲା । ଫଳରେ ଏଥିରେ ତାଙ୍କର ମୃତ୍ୟୁ ହୋଇଛି । ଖବରପାଇ ଖଲ୍ଲିକୋଟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ରାମାୟଣ ନାଟକ ପାଇଁ ଜିତେନ୍ଦ୍ର ବାଣ ଭିଡୁଥିବା ଜଣାପଡ଼ିଛି ।
Powered by Froala Editor