ରାଜ୍ୟରେ ୪୧ ପଜିଟିଭ୍ ଚିହ୍ନଟ
ଭୁବନେଶ୍ଵର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୪ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୧୭ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୨ ବର୍ଷ ବୟସ ମଧ୍ୟରେ ୫ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୬୦୦୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।
ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ଵର ଜିଲ୍ଲାରୁ ଜଣେ, ବରଗଡ଼ରୁ ୧, ବଲାଙ୍ଗୀରରୁ ୧, କଟକରୁ ୮, ଜଗତସିଂହପୁରରୁ ୧, କଳାହାଣ୍ଡିରୁ ୨, କେନ୍ଦୁଝରରୁ ୧, ଖୋର୍ଦ୍ଧାରୁ ୪, କୋରାପୁଟରୁ ୨, ମୟୁରଭଞ୍ଜରୁ ୩, ନବରଙ୍ଗପୁରରୁ ୩, ପୁରୀରୁ ୩, ସମ୍ଵଲପୁରରୁ ୨, ସୋନପୁରରୁ ୧, ସୁନ୍ଦରଗଡ଼ରୁ ୭, ଷ୍ଟେଟପୁଲ୍ରୁ ୧ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୩୩୬୦୦୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୩୪ ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୩୨୬୪୧୦ ଜଣ ସୁସ୍ଥ ହୋଇଛନ୍ତି।
Powered by Froala Editor