କଳେଇ ଧରିବାକୁ ଯାଇଥିଲା ଝିଅ, ମାଟି କାନ୍ଥ ଭୁଶୁଡ଼ି ପଡ଼ିଲା

ମୟୁରଭଞ୍ଜ ଜିଲା ଗୋରୁମହିଷାଣି ଥାନା କଳସୀଭଙ୍ଗା ଗାଁରେ ଆଜି ଅଘଟଣ ଘଟିଛି । ମାଟିକାନ୍ଥ ଭୁଶୁଡ଼ି ପଡ଼ିବାରୁ ୫ ବର୍ଷର ଝିଅର ମୃତ୍ୟୁ ଘଟିଛି। ମୃତ ନାବାଳିକାଙ୍କ ନାଁ ମୌସୁମୀ ମାଝି। ପରିବାର ଲୋକେ ମୌସୁମୀଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନାକୁ ଆଣିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗୋରୁମହିଷାଣି ଥାନା ପୁଲିସ ମୃତଦେହକୁ ଜବତ କରି ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି।
ମୌସୁମୀଙ୍କ ବାପା ରସାନନ୍ଦ ମାଝୀ କହିଛନ୍ତି ଯେ ମୌସୁମୀ ଆଜି ସକାଳେ କଲେଇ ଧରିବା ପାଇଁ ଗାଁରେ ଥିବା ଏକ ଘର ପାଖକୁ ଯାଇଥିଲେ। ସେହି ସମୟରେ ଘରର ଏକ ମାଟି କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଫଳରେ ମୌସୁମୀ ତା’ ତଳେ ଚାପି ହୋଇଯାଇଥିଲେ। ତେବେ ଝିଅକୁ ହରାଇ ଭାଙ୍ଗି ପଡିଛନ୍ତି ବାପା, ମା’ । ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।
Powered by Froala Editor