ମନେରହିବ ‘ଜୁମ୍’ର ବୀରତ୍ୱ : ଦେଶ ପାଇଁ ଲଢ଼ି ଜୀବନଦେଲା
ଭାରତୀୟ ସ୍ଥଳ ସେନାର ଲଢ଼ୁଆ କୁକୁର ଜୁମ୍ ଆଉ ନାହିଁ। ଚିକିତ୍ସାଧୀନ ଅବସ୍ଥାରେ ଆଜି ତା’ର ମୃତ୍ୟୁ ଘଟିଛି। ଆଡଭାନ୍ସ ଫିଲ୍ଡ ଭେଟେରିନାରି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦିନ ୧୨ଟାରେ ଜୁମର ମୃତ୍ୟୁ ହୋଇଛି । କିଛି ଦିନ ତଳେ ଜମ୍ମୁ-କାଶ୍ମୀରର ଅନନ୍ତନାଗରେ ଆତଙ୍କବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ ବେଳେ ଆହତ ହୋଇଥିଲା ସେନା କୁକୁର ‘ଜୁମ୍’ । ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ଦିନ ଏହି ଆର୍ମି ଡଗର ମୃତ୍ୟୁ ହୋଇଥିବା ସେନା ପକ୍ଷରୁ ସୂଚନା ମିଳିଛି ।
ଆତଙ୍କବାଦୀଙ୍କୁ ଠାବ କରିବା ସହ ପୂରା ଅପରେସନରେ ଆର୍ମି ଡଗ୍ ଜୁମ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଏନକାଉଣ୍ଟର ବେଳେ ତା’ ଦେହରେ ଦୁଇଟି ଗୁଳି ମାଡ଼ ହୋଇଥିଲା। ତା’ ପଛ ଗୋଡ଼ ଓ ମୁହଁ ଗୁରୁତର କ୍ଷତିଗ୍ରସ୍ତ ହୋଇଥିଲା। ଏଥିପାଇଁ ଡାକ୍ତରୀ ଟିମ୍ ଆଡଭାନ୍ସ ଫିଲ୍ଡ ଭେଟେରିନାରୀ ହସ୍ପିଟାଲରେ ଜୁମର ଚିକିତ୍ସା କରୁଥିଲେ। କିନ୍ତୁ ଆଜି ଦିନ ୧୨ଟାରେ ତା’ର ମୃତ୍ୟୁ ଘଟିଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ଏହି ଏନକାଉଣ୍ଟରରେ ଲସ୍କର-ଇ-ତୋଇବାର ଦୁଇ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜୁମ୍ ସମେତ ଦୁଇ ଯବାନ ଆହତ ହୋଇଛନ୍ତି ।
Powered by Froala Editor