Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, April 16, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଅସ୍ଥି ମଜଭୁତ କରେ ଖଜୁରି

  • ମହିଳା ସଂରକ୍ଷଣକୁ ବିରୋଧ କଲେ ମହିଳା ମାନେ ...

  • ସଂସଦର ସ୍ୱତନ୍ତ୍ର ଅଧିବେଶନ: ଆଗତ ହେଲା ୩ ...

  • ଷଷ୍ଠ ଥର ପାଇଁ ରାଜ୍ୟସଭା ଉପାଧ୍ୟକ୍ଷ ...

  • ମାଟ୍ରିମୋନିଆଲ୍ ସାଇଟ୍‌ରୁ ଦ୍ୱିତୀୟ ...

  • ୨୦୨୭ ରେ ରିଲିଜ ହେବ ‘ନାଗଜିଲା’

  • ‘ବ୍ରହ୍ମାସ୍ତ୍ର-୨’ ର ସୁଟିଂ ଖୁବଶୀଘ୍ର

  • ରାଘବ ଚଢ଼ାଙ୍କ ‘Z+’ ସୁରକ୍ଷା ପ୍ରତ୍ୟାହାର

  • ବିହାରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ...

  • ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଟ୍ରମ୍ପ ...

Home ›› ››୧ ଟଙ୍କାରେ କିଣିହେବ ଡିଜିଟାଲ ଗୋଲ୍ଡ, ଜାଣନ୍ତୁ କେମିତି?

୧ ଟଙ୍କାରେ କିଣିହେବ ଡିଜିଟାଲ ଗୋଲ୍ଡ, ଜାଣନ୍ତୁ କେମିତି?

2021-05-15 07:19:11
15832
Share:
Facebook
Twitter
E-Mail
WhatsApp
Telegram
୧ ଟଙ୍କାରେ କିଣିହେବ ଡିଜିଟାଲ ଗୋଲ୍ଡ, ଜାଣନ୍ତୁ କେମିତି?


ନୂଆଦିଲ୍ଲୀ : ଅକ୍ଷୟ ତୃତୀୟାରେ ସୁନା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି ବୋଲି ଭାରତୀୟମାନଙ୍କ ବିଶ୍ୱାସ ରହିଛି । ଏହି ଦିନ ସୁନାର ଚାହିଦା ବହୁତ ବଢ଼ିଯାଇଥାଏ । ଗ୍ରାହକମାନଙ୍କ ଚାହିଦା ପୂରଣ କରିବା ଲାଗି ସୁନା ଦୋକାନୀମାନେ ମଧ୍ୟ ନିଜ ଆଡ଼ୁ ସବୁ ପ୍ରକାର ପ୍ରସ୍ତୁତି କରିଥାନ୍ତି । ଚଳିତ ବର୍ଷ କରୋନା ମହାମାରୀ ପ୍ରଭାବ ଯୋଗୁଁ ବିଭିନ୍ନ ରାଜ୍ୟରେ ଲକଡାଉନ ଘୋଷଣା କରାଯାଇଥିବାରୁ ସୁନା କାରବାର ପ୍ରଭାବିତ ହୋଇଛି । ତେବେ ଷ୍ଟୋର ପରିଦର୍ଶନ କରିବାକୁ ଚାହୁନଥିବା ଗ୍ରାହକମାନେ ଚାହିଲେ ଅନଲାଇନରେ ଡିଜିଟାଲ ସୁନା କିଣିପାରିବେ । ଦେଶର କିଛି ସ୍ୱତନ୍ତ୍ର ପ୍ରତିଷ୍ଠାନ ଏହି ସୁବିଧା ପ୍ରଦାନ କରୁଛନ୍ତି । ଗ୍ରାହକମାନେ ପେଟିଏମ୍, ଆମାଜନ୍ ପେ’, ଗୁଗୁଲ୍ ପେ’ ଓ ଫୋନ ପେ’ ଜରିଆରେ ଡିଜିଟାଲ୍ ଗୋଲ୍ଡ ମଧ୍ୟ କିଣିପାରିବେ ।
ଅନଲାଇନରେ ସୁନା କିଣିବା ବେଳେ ଗ୍ରାହକମାନଙ୍କୁ ସୁନାର ଶୁଦ୍ଧତା ପ୍ରତି ଧ୍ୟାନ ଦେବାକୁ ପଡ଼ିବ । ଡିଜିଟାଲ ଗୋଲ୍ଡକୁ ଲୋକମାନେ ୧ ଟଙ୍କା ଭଳି କମ୍ ମୂଲ୍ୟରେ କିଣିପାରିବେ । ଏହା କୌଣସି ପ୍ରତ୍ୟକ୍ଷ ସୁନା ନୁହେଁ । ବରଂ ସୁନା ମୂଲ୍ୟ ଅନୁସାରେ ଡିଜିଟାଲ ଭାବେ ସଂରକ୍ଷିତ ରହିପାରୁଥିବା ୟୁନିଟ । ଡିଜିଟାଲ୍ ଗୋଲ୍ଡକୁ ୱାଲେଟ ଭିତରେ ରଖାଯାଉଛି । ଗ୍ରାହକଙ୍କ ପାଖରେ କେତେ ଗ୍ରାମ ସୁନା ରହିଛି ତାହା ୱାଲେଟ ଜଣାଇ ଦେଉଛି । ଗ୍ରାହକମାନେ ତାହାକୁ ବଦଳାଇ ଅସଲି ସୁନା ନେଇପାରିବେ ଅନ୍ୟଥା ଆପ୍ଲିକେସନ୍ ଜରିଆରେ ବିକ୍ରି ମଧ୍ୟ କରିପାରିବେ । ସାଧାରଣ ସୁନା ଭଳି ଡିଜିଟାଲ ଗୋଲ୍ଡ କିଣିବା ବେଳେ ମଧ୍ୟ ୩% ଜିଏସଟି ଗଣିବାକୁ ପଡ଼ିବ । ଡିଜିଟାଲ ଗୋଲ୍ଡ ବିକ୍ରି କରୁଥିବା ସଂସ୍ଥାଗୁଡ଼ିକ ମଧ୍ୟ ଷ୍ଟୋରେଜ ଖର୍ଚ୍ଚ, ବୀମା ଏବଂ ଟ୍ରଷ୍ଟି ଫି’ ବାବଦରେ ୨-୩ ପ୍ରତିଶତ ଶୁଳ୍କ ନେଉଛନ୍ତି । ଯେଉଁ ଗ୍ରାହକମାନେ ଡିଜିଟାଲ ଗୋଲ୍ଡ ବଦଳରେ ଅସଲି ସୁନା ନେବାକୁ ଚାହୁଛନ୍ତି ସେମାନଙ୍କୁ ଗଢ଼ା ମୂଲ୍ୟ ଦେବାକୁ ପଡ଼ିବ । ହୋମ୍ ଡେଲିଭରି ଚାହିଲେ ସେଥିପାଇଁ ଆଉ କିଛି ଟଙ୍କା ଅଧିକ ଗଣିବାକୁ ପଡ଼ିପାରେ । ଡିଜିଟାଲ ଗୋଲ୍ଡ କିଣିବାକୁ ଚାହୁଥିବା ଲୋକମାନେ ଏହା ଜାଣିବା ଦରକାର ଯେ ସେହି ସୁନାକୁ ସେମାନେ କିିଛି ବର୍ଷ ପର୍ଯ୍ୟନ୍ତ ସେହିଭଳି ରଖିପାରିବେ । ତାହାକୁ ହୋଲଡିଂ ପିରିୟଡ କୁହାଯାଉଛି । ଏହି ଅବଧି ଶେଷ ହେବା ପରେ ଡିଜିଟାଲ ଗୋଲ୍ଡକୁ ବିକ୍ରି କରିବାକୁ ହେବ ଅନ୍ୟଥା ଗୋଲ୍ଡ କଏନରେ ପରିଣତ କରିବାକୁ ପଡ଼ିବ । କମ ସମୟ ପାଇଁ ଡିଜିଟାଲ ଗୋଲ୍ଡ ରଖିଲେ ତାହା ଉପରେ ଯେଉଁ ରିଟର୍ଣ୍ଣ ମିଳିବ ସେଥିରେ ଟିକସ ଲାଗିନପାରେ । କିନ୍ତୁ ଅଧିକ ବର୍ଷ ପର୍ଯ୍ୟନ୍ତ ରଖିଲେ ସେଥିରୁ ଯେଉଁ ରିଟର୍ଣ୍ଣ ମିଳିବ ତାହା ଉପରେ ଦୀର୍ଘମିଆଦୀ ପୁଞ୍ଜି ଲାଭ ଟିକସ ଓ ୪% ସେସ ଲାଗିବ ।

Powered by Froala Editor

Tags Digital gold

Related articles Odisha News Lens 4.1

  • ମହିଳା ସଂରକ୍ଷଣକୁ ବିରୋଧ କଲେ ମହିଳା ମାନେ କ୍ଷମା କରିବେ ନାହିଁ: ମୋଦୀ
    ଦେଶ-ଦେଶାନ୍ତର

    ମହିଳା ସଂରକ୍ଷଣକୁ ବିରୋଧ କଲେ ମହିଳା ମାନେ କ୍ଷମା କରିବେ ନାହିଁ: ମୋଦୀ

    13491
    Apr 16, 2026
  • ମାଟ୍ରିମୋନିଆଲ୍ ସାଇଟ୍‌ରୁ ଦ୍ୱିତୀୟ ବିବାହ କରି ଫସିଲେ, ମହିଳା ନେଇଗଲେ ୪୦ ଲକ୍ଷ
    ଅପରାଧ

    ମାଟ୍ରିମୋନିଆଲ୍ ସାଇଟ୍‌ରୁ ଦ୍ୱିତୀୟ ବିବାହ କରି ଫସିଲେ, ମହିଳା ନେଇଗଲେ ୪୦ ଲକ୍ଷ

    13591
    Apr 16, 2026
  • ‘ବ୍ରହ୍ମାସ୍ତ୍ର-୨’ ର ସୁଟିଂ ଖୁବଶୀଘ୍ର
    ମନୋରଞ୍ଜନ

    ‘ବ୍ରହ୍ମାସ୍ତ୍ର-୨’ ର ସୁଟିଂ ଖୁବଶୀଘ୍ର

    14440
    Apr 16, 2026
  • ସଂସଦର ସ୍ୱତନ୍ତ୍ର ଅଧିବେଶନ: ଆଗତ ହେଲା ୩ ଗୁରୁତ୍ୱପୂର୍ଣ୍ଣ ବିଲ
    ଦେଶ-ଦେଶାନ୍ତର

    ସଂସଦର ସ୍ୱତନ୍ତ୍ର ଅଧିବେଶନ: ଆଗତ ହେଲା ୩ ଗୁରୁତ୍ୱପୂର୍ଣ୍ଣ ବିଲ

    14622
    Apr 16, 2026
  •  ଅସ୍ଥି ମଜଭୁତ କରେ ଖଜୁରି
    ବିଶେଷ

    ଅସ୍ଥି ମଜଭୁତ କରେ ଖଜୁରି

    15304
    Apr 16, 2026
  • ବିହାରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସମ୍ରାଟ ଚୌଧୁରୀ
    ଦେଶ-ଦେଶାନ୍ତର

    ବିହାରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସମ୍ରାଟ ଚୌଧୁରୀ

    13745
    Apr 15, 2026
  • ଷଷ୍ଠ ଥର ପାଇଁ ରାଜ୍ୟସଭା ଉପାଧ୍ୟକ୍ଷ ମଣ୍ଡଳୀ ସଦସ୍ୟ ଭାବେ ମନୋନୀତ ହେଲେ ଡ. ସସ୍ମିତ ...
    ଦେଶ-ଦେଶାନ୍ତର

    ଷଷ୍ଠ ଥର ପାଇଁ ରାଜ୍ୟସଭା ଉପାଧ୍ୟକ୍ଷ ମଣ୍ଡଳୀ ସଦସ୍ୟ ଭାବେ ମନୋନୀତ ହେଲେ ଡ. ସସ୍ମିତ ...

    14879
    Apr 16, 2026
  • ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଟ୍ରମ୍ପ ମୋଦୀଙ୍କ ଆଲୋଚନା
    ଦେଶ-ଦେଶାନ୍ତର

    ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଟ୍ରମ୍ପ ମୋଦୀଙ୍କ ଆଲୋଚନା

    15188
    Apr 15, 2026
  • ରାଘବ ଚଢ଼ାଙ୍କ ‘Z+’ ସୁରକ୍ଷା ପ୍ରତ୍ୟାହାର
    ଦେଶ-ଦେଶାନ୍ତର

    ରାଘବ ଚଢ଼ାଙ୍କ ‘Z+’ ସୁରକ୍ଷା ପ୍ରତ୍ୟାହାର

    13794
    Apr 16, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ମହିଳା ସଂରକ୍ଷଣକୁ ବିରୋଧ କଲେ ମହିଳା ମାନେ କ୍ଷମା କରିବେ ନାହିଁ: ମୋଦୀ

    13491
    Apr 16, 2026
  • ଦେଶ-ଦେଶାନ୍ତର

    ଷଷ୍ଠ ଥର ପାଇଁ ରାଜ୍ୟସଭା ଉପାଧ୍ୟକ୍ଷ ମଣ୍ଡଳୀ ସଦସ୍ୟ ଭାବେ ମନୋନୀତ ହେଲେ ଡ. ସସ୍ମିତ ପାତ୍ର

    14879
    Apr 16, 2026
  • ମନୋରଞ୍ଜନ

    ‘ବ୍ରହ୍ମାସ୍ତ୍ର-୨’ ର ସୁଟିଂ ଖୁବଶୀଘ୍ର

    14440
    Apr 16, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17417
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17474
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17831
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16302
    Apr 03, 2021

ବିଶେଷ

  • ଅସ୍ଥି ମଜଭୁତ କରେ ଖଜୁରି

    15304
    Apr 16, 2026
  • ଅକ୍ଷୟ ତୃତୀୟାରେ କରନ୍ତୁ ମାନସିକ ଜପ, ମିଳିବ ଖାଲି ଲାଭ

    15407
    Apr 13, 2026
  • ଫ୍ରିଜରୁ ବହୁତ ଥଣ୍ଡା ପାଣି ପିଇବା ଦ୍ଵାରା ହୋଇଥାଏ ଏହି କ୍ଷତି

    16075
    Apr 12, 2026
  • ଅମୃତଭଣ୍ଡାର ଆଶ୍ଚର୍ଯ୍ୟକାରୀ ଫାଇଦା ବିଷୟରେ ଜାଣନ୍ତୁ.....

    14691
    Apr 11, 2026
  • କିଡ୍‌ନୀକୁ ସୁସ୍ଥ ରଖିବାର ଉପାୟ ଜାଣନ୍ତୁ....

    15668
    Apr 09, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15334
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15068
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15568
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13865
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ‘ବ୍ରହ୍ମାସ୍ତ୍ର-୨’ ର ସୁଟିଂ ଖୁବଶୀଘ୍ର

    14440
    Apr 16, 2026
  • ମହିଳା ସଂରକ୍ଷଣକୁ ବିରୋଧ କଲେ ମହିଳା ମାନେ କ୍ଷମା କରିବେ ନାହିଁ: ମୋଦୀ

    13491
    Apr 16, 2026
  • ସଂସଦର ସ୍ୱତନ୍ତ୍ର ଅଧିବେଶନ: ଆଗତ ହେଲା ୩ ଗୁରୁତ୍ୱପୂର୍ଣ୍ଣ ବିଲ

    14622
    Apr 16, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In