ଧାମନଗର ଉପନିର୍ବାଚନ : ସୂର୍ଯ୍ୟବଂଶୀ ଓ ହରେକୃଷ୍ଣଙ୍କୁ ଟକ୍କର ଦେବେ ଅବନ୍ତୀ
ଧାମନଗର ଉପନିର୍ବାଚନକୁ ନେଇ ପୂର୍ବରୁ ବିଜେପି ଏବଂ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଥିବା ବେଳେ ବୁଧବାର ମହିଳା କାର୍ଡ ଖେଳିଛି ବିଜେଡି। ଦଳ ପକ୍ଷରୁ ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କରାଯାଇଛି। ଅବନ୍ତୀ ତିହିଡି ବ୍ଲକ ଅଧ୍ୟକ୍ଷା ହୋଇଥିବା ବେଳେ ବିଧାୟକ ପଦ ଲାଗି ତାଙ୍କୁ ପ୍ରାର୍ଥୀ କରାଯାଇଥିବାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି ।
ଧାମନଗର ଉପନିର୍ବାଚନ ପାଇଁ ବିଜେପି ସ୍ବର୍ଗତ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କୁ ପ୍ରାର୍ଥୀ କରିଛି । ସୂର୍ଯ୍ୟବଂଶୀ ସୂରଜ ନିଜର ନାମାଙ୍କନ ପତ୍ର ଦାଖଲ କରିସାରିଥିଲା ବେଳେ ପ୍ରଚାର ଆରମ୍ଭ କରିଦେଇଛନ୍ତି। ସେହିପରି ବାବା ହରେକୃଷ୍ଣ ସେଠୀଙ୍କୁ କଂଗ୍ରେସର ପ୍ରାର୍ଥୀ ଘୋଷଣା କରିଛି । ଉଭୟ ବିଜେପି ଓ କଂଗ୍ରେସ ପୁରୁଷ ପ୍ରାର୍ଥୀ ଦେଇଥିବା ବେଳେ ବିଜେଡି ଏଠାରେ ମହିଳା ପ୍ରାର୍ଥୀ ଛିଡ଼ା କରାଇଛି। ପୂର୍ବରୁ ଏଠାରେ ବିଜେପିର ପ୍ରାର୍ଥୀ ଥିବା ବିଷ୍ଣୁ ସେଠୀ ନିର୍ବାଚନ ଜିତିଥିଲା ବେଳେ ଏଥର ଜଣେ ମହିଳା ପ୍ରାର୍ଥୀଙ୍କୁ ଚୟନ କରିଛି ବିଜେଡି। ଅବନ୍ତୀଙ୍କ ସପକ୍ଷରେ ମତଦାତା ନିଜର ରାୟ ରଖିପାରନ୍ତି ବୋଲି ଦଳ ପକ୍ଷରୁ ଆଶା କରାଯାଉଛି।
Powered by Froala Editor