କରୋନାକୁ ହରାଇଲା ଶିଶୁ କନ୍ୟା
କରୋନାକୁ ହରାଇ ନୂଆ ଜୀବନ ପାଇଛି ଶିଶୁକନ୍ୟା । ଏ ଖବର ଶୁଣି ଶିଶୁର ପରିବାର ଲୋକେ ଖୁସିରେ ଆତ୍ମହରା ହୋଇପଡିଛନ୍ତି । ଯେଉଁଠି ଶହ ଶହ ଲୋକଙ୍କ ଜୀବନ କରୋନାରେ ଚାଲିଯାଉଛି ସେଠି ଏହି ଶିଶୁ କନ୍ୟା ସମସ୍ତଙ୍କ ପାଇଁ ପ୍ରେରଣା ଯୋଗାଇଛି ।
କଳାହାଣ୍ଡି ଜିଲ୍ଲା ଏମ ରାମପୁରର ଅଙ୍କିତ ଅଗ୍ରୱାଲଙ୍କ ପତ୍ନୀ ପ୍ରୀତି ଅଗ୍ରୱାଲ ଛତିଶଗଡର ରାୟପୁରର ଡାକ୍ତରଖାନାରେ ପ୍ରଥମ କନ୍ୟା ସନ୍ତାନ ପ୍ରସବ କରାଇଥିଲେ। ସପ୍ତାହକ ମଧ୍ୟରେ ନବଜାତକ ଶିଶୁକୁ ଜ୍ୱର ହେବା ପରେ ଭୁବନେଶ୍ୱର ନେଇଥିଲେ। ଡାକ୍ତରଙ୍କ କହିବାନୁସାରେ, ମେଡିକାଲରେ ଭର୍ତ୍ତି ହେବା ସମୟରେ ଶିଶୁଟି ଜ୍ୱରରେ ପୀଡିତ ଥିଲେ। ଶ୍ୱାସକ୍ରିୟାରେ ମଧ୍ୟ ସମସ୍ୟା ରହିଥିଲା। ଅନେକ ପ୍ରକାରର ଚିକିତ୍ସା ପ୍ରକ୍ରିୟା ପରେ ଶେଷରେ ତାଙ୍କୁ ଏକ ଭେଣ୍ଟିଲେଟରରେ ରଖାଯାଇଥିଲା ।
ତାଙ୍କୁ ରିମଡେସିଭର୍ ଏବଂ ଅନ୍ୟାନ୍ୟ ଆଣ୍ଟିବାୟୋଟିକ୍ ମଧ୍ୟ ଦିଆଯାଇଥିଲା । ଜରୁରୀକାଳୀନ ପରିସ୍ଥିତିରେ ରିମଡେସିଭର୍ ବ୍ୟବହାର କରିବା ଲାଗି ଅଭିଭାବକଙ୍କ ଅନୁମତି ମଧ୍ୟ ନିଆଯାଇଥିଲା। ଶତଚେଷ୍ଟା ପରେ ପ୍ରୟାସ ସଫଳ ହୋଇଛି । ଏବେ ଶିଶୁକନ୍ୟା ସଂକ୍ରମଣମୁକ୍ତ ବୋଲି ଡାକ୍ତର କହିଛନ୍ତି ।
Powered by Froala Editor