ଆଜିଠାରୁ କାର୍ତ୍ତିକ ବ୍ରତ ଆରମ୍ଭ
ପୁରୀ: ଆଜିଠାରୁ ପବିତ୍ର କାର୍ତ୍ତିକ ବ୍ରତ ଆରମ୍ଭ ହୋଇଛି । ଦୁଇ ବର୍ଷ ଧରି କରୋନା ଯୋଗୁଁ ପୁରୀରେ ହବିଷ୍ୟାଳି ଶିବିର ବନ୍ଦ ରହିଥିବା ଯୋଗୁ ନିରାଶ ହୋଇଥିଲେ ହବିଷ୍ୟାଳି । ହେଲେ ଚଳିତବର୍ଷ ପ୍ରଶାସନ ପକ୍ଷରୁ ପାଞ୍ଚଟି ସ୍ଥାନରେ ହବିଷ୍ୟାଳି ଶିବିର କରାଯାଇଛି । ଏଥିସହ ହବିଷ୍ୟାଳୀ ଯେପରି ସୁରୁଖୁରରେ କାର୍ତ୍ତିକ ବ୍ରତ ପାଳନ କରିବେ ସେଥିନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।
ଗତକାଲିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ହବିଷ୍ୟାଳିମାନେ ପୁରୀରେ ପହଞ୍ଚିବା ଆରମ୍ଭ କରିଛନ୍ତି। ସେମାନେ ନିଜ ରେଜିଷ୍ଟ୍ରେସନ ପ୍ରମାଣପତ୍ର ଦେଖାଇ ଆଶ୍ରୟସ୍ଥଳକୁ ଯାଉଛନ୍ତି । ସେପଟେ କିଛି ହବିଷ୍ୟାଳିଙ୍କର ପଞ୍ଜିକରଣପତ୍ର ଥାଇ ମଧ୍ୟ ସେମାନଙ୍କୁ ପଞ୍ଜିକରଣ ତାଲିକାରେ ନାଁ ନ ଥିବା ଅଭିଯୋଗ ହୋଇଛି ।
ଚଳିତ ବର୍ଷ ୩ ହଜାର ହବିଷ୍ୟାଳିଙ୍କ ପାଇଁ ପୁରୀ ପ୍ରଶାସନ ପକ୍ଷରୁ ହବିଷ୍ୟାଳି ଶିବିରରେ ବ୍ୟବସ୍ଥା କରାଯାଇଛି । ସେମାନଙ୍କ ମଧ୍ୟରୁ ଅଦ୍ୟାବଧୀ ୨,୯୩୫ଜଣ ପଞ୍ଜୀକରଣ କରି ସାରିଛନ୍ତି । ସେମାନଙ୍କ ବ୍ୟତୀତ ଆଉ ଯେଉଁମାନଙ୍କର ପଞ୍ଜୀକରଣ ହୋଇନାହିଁ ସେମାନଙ୍କ ପାଇଁ ବ୍ୟବସ୍ଥା କରାଯିବା ପାଇଁ ପ୍ରୟାସ କରାଯିବ । କିନ୍ତୁ ପ୍ରଥମେ ପଞ୍ଜିକରଣ କରିଥିବା ହବିଷ୍ୟାଳିଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
Powered by Froala Editor