ଘୂର୍ଣ୍ଣିବଳୟ : ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା
ଭୁବନେଶ୍ବର: ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଘୂର୍ଣ୍ଣିବଳୟ ଏବେ ଆନ୍ଧ୍ର ମୁହାଁ ହେବାରେ ଲାଗିଛି। ଏହାର ପ୍ରଭାବରେ ଭୋର ସମୟରୁ ଉପକୂଳ ସମେତ ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବର୍ଷା ଜାରି ରହିଛି। ଖାଲି ସେତିକି ନୁହେଁ, ଦ୍ବୈତ ନଗରୀ କଟକ ଓ ଭୁବନେଶ୍ୱରରେ କିନ୍ତୁ ବୁଧବାର ହାଲକା ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଭୁବନେଶ୍ବରରେ ଆକାଶ ମେଘାଚ୍ଛନ୍ନ ରହିବ। କିଛି କିଛି ସ୍ଥାନରେ ମଧ୍ୟମଧରଣର ବର୍ଷା ହେବା ସମ୍ଭାବନା ରହିଛି । ଭୁବନେଶ୍ବରରେ ଦିନ ତମାମ ବର୍ଷା ହେବନାହଁ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। କିନ୍ତୁ କଟକରେ ଦିନ ତମାମ ଆକାଶ ମେଘାଛନ୍ନ ରହିବ। ରାତିରେ କିଛି କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ତେବେ ବୁଧବାର ମହାଦଶମୀ ଉତ୍ସବ ମାହୋଲକୁ ଯଦିଓ ଫିକା କରିବା ସମ୍ଭାବନା ନହିଁ। ତଥାପି ଦଶହରା ଭିଜିବା ସମ୍ଭାବନା ରହିଛି। ଆସନ୍ତା ୯ ତାରିଖ ପର୍ୟ୍ୟନ୍ତ ବର୍ଷାରୁ ନିସ୍ତାର ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଆସନ୍ତା ୭ ଓ୧୩ ତରିଖରେ ଦୁଇଟି ସାମୁଦ୍ରିକ ଘୂର୍ଣ୍ଣିବଳୟ ହେବା ସଂକେତ ମିଳୁଛି।
Powered by Froala Editor