ଆଜି ଦୁର୍ଗତୀନାଶିନୀଙ୍କ ଦଶମୀ ପୂଜା
ଭୁବନେଶ୍ଵର : ଆଜି ଜଗଜ୍ଜନନୀ ମା’ ଦୁର୍ଗାଙ୍କ ଦଶମୀ ପୂଜା। ରାଜଧାନୀ ସମେତ ରାଜ୍ୟର ସମସ୍ତ ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତୀନାଶିନୀ । ବିଭିନ୍ନ ପୂଜା ମଣ୍ଡପରେ ସକାଳୁ ବିଳମ୍ବିତ ରାତି ପର୍ୟ୍ୟନ୍ତ ମା’ଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ଚିତ୍ତାକର୍ଷକ ତୋରଣ, ଆକର୍ଷଣୀୟ ସାଜସଜ୍ଜା ଭିତରେ ସୌନ୍ଦର୍ୟ୍ୟମୟୀ ମା’ଙ୍କମୂର୍ତ୍ତି ଦେଖି ଭକ୍ତ ବିଭୋର ହୋଇଉଠିଛି । ଦେଖିଲେ ଲାଗୁଛି ସତେ ଯେମିତି ଧରାପୃଷ୍ଠକୁ ଆସିଥିବା ମହାମାୟା ମା’ ଦୁର୍ଗା ଅଜାଡ଼ି ଦେଉଛନ୍ତି ଶୁଭାଶିଷ।
ବିଜୟା ଦଶମୀ ଉପଲକ୍ଷେ ଆଜି ମା’ଙ୍କ ନିକଟରେ ସିନ୍ଦୂର ଖେଳ ହୁଏ । ମହିଳାମାନେ ସିନ୍ଦୂର ଲଗାଇ ମା’ଙ୍କୁ ମେଲାଣି ଦେଇଥାନ୍ତି । ବିଶ୍ଵା ରହିଛି ସିନ୍ଦୂର ଲଗାଇ ମା’ଙ୍କ ଆଶିଷ ଭିକ୍ଷା କଲେ ଜଣେ ନାରୀ ସଦାସର୍ବଦା ସଧବା ରହିଥାଏ । ସେପଟେ ଆଜି ଅନେକ ସ୍ଥାନରେ ରାବଣପୋଡି ଉତ୍ସବ ପାଳନ ହେବ । ଅସତ୍ୟ ଉପରେ ସତ୍ୟର ଜୟ, ଅଧର୍ମ ଉପରେ ଧର୍ମର ଜୟ ସ୍ଵରୂପ ରାବଣପୋଡି ପାଳନ କରାଯାଏ । କିନ୍ତୁ ଲଘୁଚାପ ବର୍ଷାରେ ପୂଜା ମାହୋଲ ଫିକା ପଡିଥିବା ଦେଖିବାକୁ ମିଳିଛି ।
Powered by Froala Editor