ଆପଣ ନିଦ୍ରାହୀନତା ରୋଗରେ ପୀଡିତ କି? ଡାକ୍ତରଙ୍କ ପରାମର୍ଶ ନେବା ଅତ୍ୟନ୍ତ ଜରୁରୀ

ନିଦ୍ରା ଶରୀରକୁ ବିଶ୍ରାମ ଦିଏ । ଦିନଯାକର ଅବଶ ଓ ଥକ୍କାପଣ ଶୋଇବା ଦ୍ୱାରା ହିଁ ମେଂଟି ଯାଇଥାଏ । କିନ୍ତୁ ଯଦି ଠିକ୍ରେ ନିଦ ନ ହୁଏ ତେବେ ଶରୀର ଦୁର୍ବଳ ଲାଗିବା ସହ ଚିଡିଚିଡା ପଣ, ଚକ୍ଷୁ ସମସ୍ୟା, ମୁଣ୍ଡ ବ୍ୟଥା ଭଳି ସମସ୍ୟା ଦେଖାଯାଏ । ସର୍ଭେରୁ ଜଣା ପଡିଛି ଏହି ପିଢିରେ ପ୍ରତି ୧୫ ଜଣରେ ୫ ଜଣ ଅନିଦ୍ରା ରୋଗରେ ଆକ୍ରାନ୍ତ । ଗବେଷକଙ୍କ ମତରେ କାମର ଚାପ ଓ ଦାୟିତ୍ୱ ଭାର ବଢିବା ସହିତ ସାମାଜିକ ଗଣମାଧ୍ୟମରେ ଘଣ୍ଟା ଘଣ୍ଟା ଆକ୍ଟିଭ୍ ରହିବା ଯୋଗୁଁ ଯୁବପିଢି ଅଧିକ ମାତ୍ରାରେ ଏହି ରୋଗରେ ଶିକାର ହେଉଛନ୍ତି । ତେଣୁ ଏହି ରୋଗ ପାଇଁ ଡାକ୍ତରଙ୍କ ପରାମର୍ଶ ନେବା ଅତ୍ୟନ୍ତ ଜରୁରୀ । ଡାକ୍ତରଙ୍କ କହିବା ଅନୁସାରେ ପ୍ରତ୍ୟେକ ବର୍ଗର ବ୍ୟକ୍ତି ନିୟମିତ ୭-୮ ଘଣ୍ଟା ଶୋଇବା ନିହାତି ଆବଶ୍ୟକ ।
କେଉଁ ସବୁ ଜିନିଷ ଉପରେ ଧ୍ୟାନ ରଖିବେ?
ଲୋଭରେ ପଡି ଅଧିକ ଖାଆନ୍ତୁ ନାହିଁ ।
ରାତି୍ର ସମୟରେ ଆମିଷ ଭୋଜନ କରନ୍ତୁ ନାହିଁ ।
ଶୋଇବାର ୨-୩ ଘଣ୍ଟା ପୂର୍ବରୁ ରାତ୍ରି ଭୋଜନ ସମାପ୍ତ କରନ୍ତୁ ।
ଶୋଇବା ପୂର୍ବରୁ ଆଇସ୍କ୍ରିମ, ଫ୍ୟାଟ୍ ଓ ସୁଗାର ଜାତୀୟ ଖାଦ୍ୟ ଠୁ ଦୂରେଇ ରୁହନ୍ତୁ ।
ଚାହା, କଫି ଭଳି ହାଲକା ମାଦକ ଦ୍ରବ୍ୟଠୁ ଦୂରେଇ ରୁହନ୍ତୁ ।
ଶୋଇବା ପୂର୍ବରୁ ଅଧ ଗିଲାସ ଉଷୁମ ପାଣି ସେବନ କରନ୍ତୁ ।
Powered by Froala Editor