କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢିବେ ଶଶି ଥରୁର !

ଗୋଟିଏ ପଟେ ରାହୁଲ ଗାନ୍ଧିଙ୍କୁ ସଭାପତି ପାଇଁ ଗୋଟିଏ ପରେ ଗୋଟିଏ ରାଜ୍ୟର କଂଗ୍ରେସ ସଂକଳ୍ପ ପାରିତ କରୁଥିବା ବେଳେ ଅନ୍ୟପଟେ ଆଶା ଛାଡ଼ି ନାହାନ୍ତି ଶଶି ଥରୁର। ଆଜି ଶଶି ଥରୁର କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ୧୦ ଜନପଥରେ ଭେଟିଛନ୍ତି। ଏହି କ୍ରମରେ ଶଶି ଥରୁର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢ଼ିବା ନେଇ ଇସାରା କରିଛନ୍ତି।
କୁହାଯାଉଛି ଶଶି କଂଗ୍ରେସ ସଭାପତି ପାଇଁ ପ୍ରତିଦ୍ୱନ୍ଦିତା କରିବାକୁ ଆଗ୍ରହୀ ଥିବା ବେଳେ ସୋନିଆ ଗାନ୍ଧି ତାଙ୍କୁ ଗ୍ରୀନ ସିଗନାଲ ଦେଇଛନ୍ତି। କଂଗ୍ରେସ ସଭାପତି ଲାଗି ପ୍ରତିଦ୍ୱନ୍ଦିତା କରିବାକୁ ଶଶି ସଙ୍କୋଚ ଅନୁଭବ କରୁଥିବା ବେଳେ ଆଜି ତାଙ୍କର ସବୁ ଭୟ ଦୂର କରିଛନ୍ତି ସୋନିଆ।
ସୋନିଆ ଥରୁରଙ୍କୁ ସିଧା ସିଧା ଜବାବ ଦେଇଛନ୍ତି। ସୋନିଆ କହିଛନ୍ତି It’s ur call। ସୋନିଆଙ୍କ ଏପରି ଜବାବ ପରେ ଥରୁର ଟିକିଏ ଦ୍ୱନ୍ଦ୍ୱରେ ରହିଛନ୍ତି। ନିର୍ବାଚନ ଲଢ଼ିବେ କି ନାହିଁ ସହଜରେ ନିଷ୍ପତ୍ତି ନେଇ ପାରୁନାହାନ୍ତି। ଆଲୋଚନାରେ ସୋନିଆ କହିଛନ୍ତି, ଏହି ନିର୍ବାଚନ ପାଇଁ ଯେକୌଣସି କାର୍ଯ୍ୟକର୍ତ୍ତା ନମାଙ୍କନ ଭରିପାରିବେ। ତେବେ ଏହି ଦୁଇ ନେତାଙ୍କ ମଧ୍ୟରେ ସାକ୍ଷାତ ପରେ କଂଗ୍ରେସ ସୂତ୍ରରୁ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ଯେ, ଥରୁର ଏଥର ଅଧ୍ୟକ୍ଷ ପଦରେ ନିର୍ବାଚନ ଲଢିବେ।
ମିଳିଥିବା ସୂଚନା ଅନୁଯାୟୀ ଆଜି ଥରୁରଙ୍କ ସହ ଦଳର ଅନ୍ୟ ନେତା ଦିପେନ୍ଦର ହୋଡ଼ା, ଜୟ ପ୍ରକାଶ ଅଗ୍ରୱାଲ ଓ ବିଜେନ୍ଦର ସିଂହ ୧୦ ଜନପଥରେ ପହଞ୍ଚିଥିଲେ। ପୂର୍ବରୁ ସଭାପତି ନିର୍ବାଚନ ପାଇଁ ଥରୁର ପ୍ରତିଦ୍ୱନ୍ଦିତା ଲାଗି ସଙ୍କେତ ଦେଇଥିଲେ। ଥରୁର ନିଜର ଏକ ଲେଖାରେ କହିଥିଲେ ଯେ, ଅଧ୍ୟକ୍ଷ ପଦ ନିର୍ବାଚନରେ ଯେତେ ପ୍ରାର୍ଥୀ ମଇଦାନକୁ ଓହ୍ଲାଇବେ ସେତେ ଭଲ। ଏହା ହିଁ ଗଣତନ୍ତ୍ର ପାଇଁ ଭଲ ସଙ୍କେତ ହେବ।
Powered by Froala Editor