ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଅଶ୍ୱିନୀ ବୈଷ୍ଣବ
ଭୁବନେଶ୍ୱର: ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ କୁମାର ବୈଷ୍ଣବ । ପୂର୍ବାହ୍ନରେ ରେଳମନ୍ତ୍ରୀ ପୁରୀ ଯାଇ ବିଜେପିର ପ୍ରଶିକ୍ଷଣ କାର୍ୟ୍ୟକ୍ରମରେ ଯୋଗଦେବେ । ଚନ୍ଦନପୁର ନିକଟରେ ଥିବା ବୀରପ୍ରତାପପୁର ଗ୍ରାମକୁ ମଧ୍ୟ ଯିବାର କାର୍ୟ୍ୟକ୍ରମ ରହିଛି । ଫେରିବା ପରେ ସନ୍ଧ୍ୟା ବେଳେ ରାଜଧାନୀ ଭୁବନେଶ୍ୱରରେ ଏକ କାର୍ୟ୍ୟକ୍ରମରେ ଯୋଗ ଦେବେ ବୋଲି ସୂଚନା ମିଳିଛି ।
Powered by Froala Editor