ହାତୀ ଦେଖିବାକୁ ଭିଡ ଜମାଉଛନ୍ତି ଲୋକ, ଘଉଡାଇପାରୁନି ବନବିଭାଗ

କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ରେ ୨୨ ଟି ହାତୀ ଧାନ ଖାଇବା ସହ ଫସଲ ଦଳୁଛନ୍ତି ,ଘର ଭାଙ୍ଗୁଛନ୍ତି । ଏପଟେ ବନ ବିଭାଗ କର୍ମଚାରୀ ଲୋକମାନଙ୍କୁ ମାଇକ୍ ଯୋଗେ ସଚେତନ କରୁଥିବାବେଳେ ଲୋକମାନେ ସଚେତନ ହେବେ କଣ ହାତୀ ଦେଖିବାର ଆଳରେ ଭିଡ଼ ଜମାଇ ମଜା ନେବା ସହ ବିଭିନ୍ନ ଆଳରେ ହାତୀଙ୍କ ଯିବା ରାସ୍ତାକୁ ପ୍ରତିରୋଧ କରୁଛନ୍ତି । ଫଳରେ ହାତୀପଲ ଜନବସତି ମୁହାଁ ହୋଇ ଲୋକମାନଙ୍କ ମକା, ଧାନ ଫସଲ ପ୍ରଚୁର ପରିମାଣରେ ନଷ୍ଟ କରୁଛନ୍ତି । ଫଳରେ ଏ ଅଞ୍ଚଳର ଲୋକମାନେ କିଛିଦିନ ହେବ ରାତି ଦିନ ଘର ଆଗରେ ଜଗି ବସିଛନ୍ତି ।
ଗତକାଲି ବିଳମ୍ବିତ ରାତିରେ ପାଟଣା ବନାଞ୍ଚଳ ମିରିଗିଖୋଜି ଗ୍ରାମର ଗୁଡା ସାହିର ଲାଲୀ ମହାନ୍ତ, ସୁଲଚନା ମହାନ୍ତ, ସୁରେଶ ମହାନ୍ତ , ତ୍ରିଲୋଚନ ମହାନ୍ତଙ୍କ ଘର ଭାଙ୍ଗିବା ସହ ଧାନ, ଚାଉଳ ଖାଇ ବ୍ୟାପକ କ୍ଷୟକ୍ଷତି କରିଛନ୍ତି । ଏପଟେ ବନବିଭାଗ ହାତୀପଲଙ୍କ ଉପରେ ୨୪ ଘଣ୍ଟା ନଜର ରଖିଥିବାବେଳେ ହାତୀପଲଙ୍କୁ ଯଥାଶୀଘ୍ର ଏ ଅଞ୍ଚଳରୁ ଘଉଡାଇବା ସହ କ୍ଷତିଗ୍ରସ୍ତ ଲୋକଙ୍କୁ ବନବିଭାଗ ତରଫରୁ ସରକାରୀ ସହାୟତା ପାଇଁ ଅଞ୍ଚଳ ବାସୀ ଦାବି କରିଛନ୍ତି ।

Powered by Froala Editor