ମହିଳାଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର
ବଣାଇ: ସୁନ୍ଦରଗଡ଼ ଜିଲ୍ଲା ଟିକାୟତ ପାଲି ଥାନା ଅନ୍ତର୍ଗତ ତିଲେଇମାଳ ନିକଟ କାଟେଇ ଗାଁ ଜଙ୍ଗଲରୁ ଜଣେ ମହିଳାଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳା ଜଣଙ୍କ ହେଲେ ପଠାଣି ଭୁଇଁଆ। ମୃତଦେହ ନିକଟରେ ଘୋଷରା ଚିହ୍ନ ଥିବାରୁ ପଠାଣିଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରି ଘୋଷାରି ଘୋଷାରି ନେଇ ଜଙ୍ଗଲରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି।
ସ୍ୱାମୀ ଆରପାରିକୁ ଚାଲିଗଲା ପରେ ପଠାଣି ୮ବର୍ଷର ଶିଶୁପୁତ୍ରକୁ ନେଇ ନିଜ ଘରେ ରହୁଥିଲେ। ଏଠି ସେଠି ମୁଲ ଲାଗି ପରିବାର ପୋଷଣ କରୁଥିଲେ। ଆଜି ସକାଳେ ପଠାଣିଙ୍କ ମୃତଦେହ ଜଙ୍ଗଲରେ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି। ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କେହି ଦୁର୍ବୃତ୍ତ ପଠାଣିଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ପୁଲିସ ସନ୍ଦେହ କରୁଛି।
Powered by Froala Editor