ଛାତ୍ରୀକୁ ବଳାତ୍କାର ଉଦ୍ୟମ : ଅଭିଯୋଗ କରିବାରୁ ମାରି ଗୋଡାଇଲେ ଅଭିଯୁକ୍ତର ପରିବାର

ଜଣେ ନାବାଳିକାକୁ ବଳାତ୍କାର ଉଦ୍ୟମ ଘଟଣାକୁ ନେଇ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ହାବଳେଶ୍ୱର ଜମ୍ଭରା ଗ୍ରାମରେ ଦୁଇ ପରିବାର ମଧ୍ୟରେ ସଂର୍ଘ ଘଟିଛି । ଗ୍ରାମର ଜଣେ ୮ମ ଶ୍ରେଣୀ ଛାତ୍ରୀକୁ ସେହି ଗ୍ରାମର ଆକାଶ ଯେନା କିଛିଦିନ ହେଲା ସ୍କୁଲ ଯିବା ବାଟରେ ତାକୁ ଅଶ୍ଳିଳ ଇଙ୍ଗିତ ପ୍ରଦର୍ଶନ କରୁଥିଲା । ଏନେଇ ଛାତ୍ରୀ ଜଣକ ଘରେ କହିଥିଲେ । କିନ୍ତୁ ଗତ ୧ତାରିଖ ଦିନ ଗାଁରେ ଗଣେଶ ପୂଜା ଚାଲିଥିବାବେଳେ ଆକାଶ ଛାତ୍ରୀକୁ ନିକଟସ୍ଥ ସ୍କୁଲ ପିଛ ପଟକୁ ନେଇ ବଳାତ୍କାର ଉଦ୍ୟମ କରିଥିଲା । ଛାତ୍ରୀର ଚିତ୍କାର ଶୁଣି ତାର ବାପା ଓ ମା ସ୍କୁଲ ନିକଟକୁ ଯାଇ ପାଟି କରିବାରୁ ଆକାଶ ଝିଅକୁ ଛାଡି ପଳାଇଥିଲା । ଛାତ୍ରୀର ବାପା ଓ ମା ଅଭିଯୁକ୍ତ ଆକାଶର ଘରକୁ ଯାଇ ଏ ବାବଦରେ ପଚାରିବାରୁ ଆକାଶଙ୍କ ବାପା ଚନ୍ଦ୍ରମଣି ଯେନା ଓ ତାଙ୍କର ଅନ୍ୟ ପରିବାର ସଦସ୍ୟମାନେ ଓଲଟା ଗାଳି ଗୁଲଜ କରିବା ସହିତ ଛାତ୍ରୀର ବାପା ମାକୁ ମାରି ଗୋଡାଇଥିଲେ ।
ଫଳରେ ମା ଓ ତାଙ୍କ ପିଡିତା ଝିଅ ନିଜ ମାମୁଁ ଘରକୁ ପଳାଇ ଯାଇଥିବାବେଳେ ଆଜି ଘରକୁ ଫେରିବାକୁ ଉଦ୍ୟମ କରିବା ବେଳେ ପ୍ରତିପକ୍ଷ ଲୋକେ ତାଙ୍କୁ ଜୀବନରେ ମାରିଦେବାକୁ ଭୟ ଦେଖାଉଛନ୍ତି । ଏପରିକି ସେମାନେ ତାଙ୍କ ଘରକୁ ଭଙ୍ଗାରୁଜା ମଧ୍ୟ କରିଛନ୍ତି । ଏନେଇ ପିଡିତାର ମା ଆଜି ନନ୍ଦିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
Powered by Froala Editor