ସାତ ଜନ୍ମ ପାଇଁ କରିଥିଲେ ପ୍ରତିଜ୍ଞା, ବିବାହର ୨ ମାସ ନ ପୂରୁଣୁ ଆତ୍ମହତ୍ୟା କଲେ ଦମ୍ପତି

ବାଲେଶ୍ଵର: ଭଲ ପାଇ ବାହା ହୋଇଥିଲେ। ଆସନ୍ତା ସାତ ଜନ୍ମ ପର୍ୟ୍ୟନ୍ତ ସାଥୀ ହୋଇ ରହିବେ ବୋଲି ପ୍ରତିଜ୍ଞା କରିଥିଲେ। ହେଲେ ବିବାହର ମାତ୍ର ୨ ମାସ ନ ପୂରୁଣୁ ସ୍ୱାମୀ-ସ୍ତ୍ରୀ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ମୃତକ ଦୁହେଁ ହେଲେ ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଚଷାଖଣ୍ଡ ପଞ୍ଚାୟତ ମଧୁପୁରା ଗାଁର ପପୁ ଜେନା ଓ ତାଙ୍କ ସ୍ତ୍ରୀ ବେବି ଜେନା। ଆଜି ଘଟିଥିବା ଏହି ଘଟଣାକୁ ନେଇ ଅଞ୍ଚଳରେ ଅଲୋଡ଼ନ ସୃଷ୍ଟି ହୋଇଛି।
ତେବେ ସେ କାହିଁକି ଆତ୍ମହତ୍ୟା କଲେ ସେନେଇ ପୁଲିସ କିମ୍ବା ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି। ସେମାନେ ବିଷ ଖାଇବା ଜାଣିବା ପରେ ପରିବାର ଦୁହିଁଙ୍କୁ ଧରି ବାଲେଶ୍ଵର ମୁଖ୍ୟ ଡାକ୍ତରଖାନା ଆଣିଥିଲେ। ହେଲେ ଡାକ୍ତର ନାଡ଼ି ପରୀକ୍ଷା କରିବା ପରେ ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦମ୍ପତିଙ୍କ ଶବକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛନ୍ତି।
Powered by Froala Editor