ଜମି ବାଡିକୁ ନେଇ ବିବାଦ: ଦେଢ଼ଶୁର ମାଡରେ ଭାଇବୋହୁ ଆହତ

କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସୋସୋ ଥାନା ଅଧିନସ୍ଥ ନାହା ଗ୍ରାମରେ ଦେଢ଼ଶୁର ମାଡରେ ଭାଇ ବୋହୁ ଆହତ ହୋଇଛନ୍ତି । ଏନେଇ ସୋସୋ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗରୁ ଜଣାଯାଇଛି ଯେ ଶିଶିର ଜେନା ଓ ତାଙ୍କ ସ୍ତ୍ରୀ ଗୀତାରାଣୀ ଜେନା ରାଜ୍ୟ ବାହାରେ ରହି କାମ କରୁଥିଲେ । କରୋନା ମହାମାରୀ ଆରମ୍ଭ ହେବାରୁ ସେ ଘରକୁ ପଳାଇ ଆସି ଘରେ ଚାଷବାଷ କରି ଚଳି ଆସୁôତଲେ । ମାତ୍ର ଜମି ବାଡି କୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଆଜି ସକାଳେ ଶିଶିର ଓ ଗୀତା ଧାନ ରୋଇବାକୁ ଧାନ ତଳି ନେଇ ଯାଉଥିବା ସମୟରେ ତାଙ୍କ ବଡଭାଇ ବିଶ୍ୱନାଥ ଏହାକୁ ବିରୋଧ କରିବା ସହିତ ମାଡମାରି ଧାନ ତଳି ସବୁ ଫୋପାଡି ଦେଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ।
Powered by Froala Editor