ପୂର୍ବତନ ବିଚାରପତି ଜଷ୍ଟିସ ଦେବପ୍ରିୟ ମହାପାତ୍ରଙ୍କ ଦେହାନ୍ତ
ଭୁବନେଶ୍ୱର: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଦେବପ୍ରିୟ ମହାପାତ୍ରଙ୍କ ପରଲୋକ। କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ଓଡ଼ିଶା ରାଜ୍ୟ ମାନବାଧିକାର କମିଶନର ପ୍ରଥମ ଅଧ୍ୟକ୍ଷ ଥିଲେ ଦେବପ୍ରିୟ। ତାଙ୍କ ମୃତ୍ୟୁରେ ଅନେକ ମାନଗଣ୍ୟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।୧୯୩୭ ମସିହା ଅଗଷ୍ଟ ୩ ତାରିଖରେ ଜଷ୍ଟିସ ଦେବପ୍ରିୟ ମହାପାତ୍ର ଜନ୍ମଗ୍ରହଣ କରିଥିଲେ। ୧୯୬୦ ମସିହାରୁ ସେ ଓଡ଼ିଶା ହାଇକୋର୍ଟରେ ଓକିଲାତି କରିବା ପରେ ୧୯୯୩ରୁ ୧୯୯୬ ଯାଏ ବିଚାରପତି ଭାବେ କାର୍ୟ୍ୟ କରିଥିଲେ।ଏହାପରେ ଜଷ୍ଟିସ ଦେବପ୍ରିୟ ମହାପାତ୍ର ୧୯୯୬ରେ ଆହ୍ଲାବାଦ ନ୍ୟାୟଳୟର ମୁଖ୍ୟ ବିଚାରପତି ଭାବେ କାର୍ୟ୍ୟଭାର ତୁଲାଇଥିଲେ। ୧୯୯୮ରେ ସେ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ।
Powered by Froala Editor