ପୁଣି ମୁଣ୍ଡଳି ବ୍ରିଜରେ ଘଟିଲା ଅଘଟଣ, ଜାଣନ୍ତୁ କ’ଣ

ଆଠଗଡ଼: ପୁଣି ମହାନଦୀ ମୁଣ୍ଡଳି ବ୍ରିଜରେ ଘଟିଲା ଅଘଟଣ । ବ୍ରିଜ ଉପରେ ସ୍କୁଟି ଥୋଇ ଜଣେ କେହି ନଦୀକୁ ଡେଇଁ ପଡିଥିବା ସନ୍ଦେହ କରାଯାଉଛି । ବ୍ରିଜ ଉପରେ ଏକ ସ୍କୁଟି ଓ ଚପଲ ଥୁଆ ହୋଇଛି । ତେବେ କିଏ ଓ କେତେବେଳେ ଡେଇଁଛି ତାହା ସ୍ପଷ୍ଟ ହୋଇନି । ଏହାବାଦ ତାଙ୍କ ପରିଚୟ ବି ମିଳିପାରିନି।
ସ୍ଥାନୀୟ ଲୋକଙ୍କଠୁ ଖବର ପାଇ ଗୋଡିସାହି ଫାଣ୍ଡି ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଛି। ଏଥିସହ ଆଠଗଡ଼ ଓ ବାରଙ୍ଗର ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି । ନିଖୋଜଙ୍କ ପତ୍ତା ମିଳିପାରିନାହିଁ ।
ଗତ ୨୭ ତାରିଖରେ ଭୁବନେଶ୍ୱରର ଜଣେ ବ୍ୟକ୍ତି ମୁଣ୍ଡଳି ବ୍ରିଜରେ ମହାନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ । ବ୍ୟକ୍ତିଜଣକ ଚନ୍ଦ୍ରଶେଖରପୁର ଅଞ୍ଚଳର ବିଶ୍ୱଦେବ ଦାସ ବୋଲି ଜଣାପଡ଼ିଥିଲା। ସେ ସକାଳ ପ୍ରାୟ ୮ଟା ବେଳେ ସ୍କୁଟିରେ ମୁଣ୍ଡଳି ବ୍ରିଜ ଉପରକୁ ଆସିଥିଲେ। ବ୍ରିଜ ଉପରେ ଗାଡ଼ିଟି ରଖିଦେଇ ହଠାତ୍ ସେ ପାଣିକୁ ଡେଇଁପଡ଼ିଥିଲେ। ପ୍ରତ୍ୟକ୍ଷଦର୍ଶୀ ଏହା ଦେଖି ତୁରନ୍ତ ପୁଲିସ୍ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଏହାପରେ ଅଗ୍ନିଶମ ବାହିନୀ ଖୋଜାଖୋଜି ଆରମ୍ଭ କରିଥିଲେ। ତେବେ ନିଖୋଜ ହେବା ୨ ଦିନ ପରେ ଅର୍ଥାତ ଗତକାଲି ତାଙ୍କ ମୃତଦେହ ଉଦ୍ଧାର କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଏହାପରେ ରେ ଆଜି ସକାଳୁ ସକାଳୁ ପୁଣି ସମାନ ବ୍ରିଜ ଉପରୁ ଘଟିଛି ଅଘଟଣ ।
Powered by Froala Editor