କେଉଁ କାରଣରୁ ହୋଇଥାଏ ଗ୍ୟାସ ଜାଣନ୍ତୁ
କେଉଁ କାରଣରୁ ହୋଇଥାଏ ଗ୍ୟାସ ଭଳି ସମସ୍ୟା ?
ପେଟରେ ହଜମକ୍ରିୟାକୁ ଠିକ୍ ରଖିବା ଏନ୍ଜାଇମ କ୍ଷରଣ କମ୍ ହେବା ଦ୍ୱାରା ଗ୍ୟାସ ଭଳି ଅସୁବିଧା ବଢିବାରେ ଲାଗେ । ଏହି ସମସ୍ୟା ଲଗାତାର ବଦହଜମୀ ଯୋଗୁଁ ବଢିବାରେ ଲାଗିଥାଏ । ଏହାଛଡା ମସଲାଯୁକ୍ତ ଖାଦ୍ୟ କିମ୍ବା ମେଦ ବହୁଳ ଜନିତ ଖାଦ୍ୟ ଯେମିତିକି ଶିଙ୍ଗଡା,କଚୋଡି ଜନିତ ଖାଦ୍ୟ ଖାଇଲେ ମଧ୍ୟ ଏହି ଗ୍ୟାସ ସମସ୍ୟା ବଢିବାରେ ଲାଗେ ।
• ଅଖାଦ୍ୟ ଖାଦ୍ୟ ଖାଇବା ହେତୁ ଏସିଡ୍ ମାତ୍ରାଧିକ ହୋଇଥାଏ ,ଏଥିଯୋଗୁଁ ବାରମ୍ବାର ଗ୍ୟାସ ସମସ୍ୟା ଉପୁଜେ ।
• ରାତିରେ ଡେରି ରାତି ଯାଏଁ ଚାହିଁବା ଏବଂ ସକାଳେ ଡେରି ଯାଏଁ ଶୋଇବା ହେତୁ ଗ୍ୟାସ ହୋଇଥାଏ ।
• ଅତ୍ୟଧିକ ଚିନ୍ତା ଏବଂ କ୍ରୋଧ ଯୋଗୁଁ ପାଚନକ୍ରିୟାରେ ଏନ୍ଜାଇମର କ୍ଷରଣ କମ୍ ହୋଇଥାଏ , ଏହାଦ୍ୱାରା ମଧ୍ୟ ଗ୍ୟାସ ସମସ୍ୟା ବଢିଥାଏ ।
• ଲଗାତାର ଗୋଟିଏ ସ୍ଥାନରେ ବସି କାର୍ୟ୍ୟ କରିବା ଦ୍ୱାରା ହଜମକ୍ରିୟା ଯଥା ସମ୍ଭବ ନହୋଇପାରିବା କାରଣରୁ ମଧ୍ୟ ଗ୍ୟାସ ହୋଇଥାଏ ।
କେଉଁ ଜିନିଷ ଖାଇବା ଦ୍ୱାରା ଗ୍ୟାସ ଭଳି ସମସ୍ୟା ଉପୁଜେ ?
• ଆଳୁରେ ଶ୍ୱେତସାର ମାତ୍ରାଧିକ ଥିବା ହେତୁ ଆଳୁ ଖାଇଲେ ଗ୍ୟାସ ହୋଇଥାଏ ।
• ଚିନାବାଦାମରେ ବହୁମାତ୍ରାରେ ସୁଗାର ରେଫିନୋଜ ଥିବା ଯୋଗୁଁ ହଜମ ହେବାକୁ ବହୁତ ସମୟ ନେଇଥାଏ, ଫଳରେ ଗ୍ୟାସ ସମସ୍ୟା ଉପୁଜେ ।
• କ୍ଷୀରରେ ଅଧିକ ମାତ୍ରାରେ ଲାକ୍ଟୋଜ (ଦୁଗ୍ଧ ଶର୍କରା)ଥାଏ , ଯାହାକି ହଜମକ୍ରିୟା ଲାଗି ବହୁତ ସମୟ ନିଏ । ତେଣୁ ଗ୍ୟାସ ହୋଇଥାଏ ।
• ଫୁଲକୋବି ଓ ବନ୍ଧାକୋବିରେ ରେଫିନୋଜ ଅଧିକ ଥିବା ହେତୁ ଏହା ହଜମ ହେବା ଲାଗି ଅଧିକ ସମୟ ନିଏ । ତେଣୁ ଏହାଦ୍ୱାରା ମଧ୍ୟ ଗ୍ୟାସ ହୋଇଥାଏ ।
• ସେଓରେ ସୋର୍ବିଟୋଲ ମାତ୍ରା ଅଧିକ ଥାଏ ଯାହା ଶରୀରରେ ମିଶିବା ଲାଗି ସମୟ ଲାଗେ, ତେଣୁ ଏହାଦ୍ୱାରା ଗ୍ୟାସ ସମସ୍ୟା ଉତ୍ପନ୍ନ ହୋଇଥାଏ ।
Powered by Froala Editor