ଚର୍ବି କମାଇବାରେ ସାହାଯ୍ୟ କରେ ଟମାଟୋ

ଟମାଟୋରେ ଅନେକ ଉପକାରୀ ଗୁଣ ରହିଛି। ଆପଣ ଚର୍ବିଜନିତ ସମସ୍ୟା ସହ ଜଡ଼ିତ କି? ଯଦି ହଁ, ତେବେ ନିଜ ଦୈନନ୍ଦିନ ଖାଦ୍ୟ ତାଲିକାରେ ଟମାଟୋ ସାମିଲ କରନ୍ତୁ। ଏହା ଶରୀରରେ ଚର୍ବି ପରିମାଣ କମାଇବାରେ କେତେକାଂଶରେ ସାହାଯ୍ୟ କରିଥାଏ ବୋଲି ସିଓଲ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି। ଏଭଳି ସିଦ୍ଧାନ୍ତରେ ଉପନୀତ ହେବା ପୂର୍ବରୁ ସେମାନେ ଚର୍ବିଜନିତ ସମସ୍ୟା ଥିବା କେତେକ ବ୍ୟକ୍ତିଙ୍କୁ ଏହାର ପରିସରଭୁକ୍ତ କରିଥିଲେ। ସେମାନଙ୍କୁ ନିୟମିତ ଖାଦ୍ୟ ସହ ଟମାଟୋରେ ପ୍ରସ୍ତୁତ ଖାଦ୍ୟ ଖାଇବାକୁ ଦିଆଯାଇଥିଲା। କିଛି ମାସ ପରେ ସେମାନଙ୍କର ଚର୍ବି କେତେକାଂଶରେ କମିଥିବାର ଜଣାପଡ଼ିଥିଲା। କେବଳ ସେତିକି ନୁହେଁ, ନିୟମିତ ଟମାଟୋ ଖାଇଲେ ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।
Powered by Froala Editor