ରାଜ୍ୟରେ ୩୫୫ ଜଣ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ଵର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୫୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୦୮ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୧୪୭ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୮୦ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୨୬୧୨୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।
୨୯ ଜିଲ୍ଳାରୁ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ସୁନ୍ଦରଗଡ଼ରୁ ୭୮ ଜଣ, ଖୋର୍ଦ୍ଧାରୁ ୬୨ ଜଣ, ବୌଦ୍ଧରୁ ୨୮ ଜଣ, ବଲାଙ୍ଗୀରରୁ ୨୫ ଜଣ, କଟକରୁ ୨୨ ଜଣ, କଳାହାଣ୍ଡିରୁ ୧୪ ଜଣ, ବରଗଡ଼ ଓ ନବରଙ୍ଗପୁର ଜିଲ୍ଲାରୁ ୧୨ ଜଣ ଲେଖାଁଏ, ନୂଆପଡ଼ାରୁ ୧୧ ଜଣ, ଯାଜପୁରରୁ ୧୦ ଜଣ,ମୟୂରଭଞ୍ଜରୁ ୮ ଜଣ, ବାଲେଶ୍ବରରୁ ୭ ଜଣ, ଗଜପତି ଓ ସମ୍ବଲପୁର ଜିଲ୍ଲାରୁ ୬ ଜଣ ଲେଖାଁଏ, ସୋନପୁରରୁ ୫ ଜଣ, ଝାରସୁଗୁଡ଼ା, କେନ୍ଦୁଝର, ନୟାଗଡ଼, ପୁରୀ ଓ ରାୟଗଡ଼ା ଜିଲ୍ଲାରୁ ୪ ଜଣ ଲେଖାଁଏ, ଦେବଗଡ଼ରୁ ୩ ଜଣ, ଭଦ୍ରକ, କନ୍ଧମାଳ,କୋରାପୁଟ ଓ ମାଲକାନଗିରି ଜିଲ୍ଲାରୁ ୨ ଜଣ ଲେଖାଁଏ, ଅନୁଗୁଳ, ଢ଼େଙ୍କାନାଳ, ଗଞ୍ଜାମ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ଜଣେ ଲେଖାଁଏ ଏବଂ ଷ୍ଟେଟ ପୁଲ୍ରୁ ୧୪ ଜଣ ଆକ୍ରାନ୍ତ ରହିଛନ୍ତି।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୩୨୬୧୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୨୧୪୮ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୩୧୪୭୫୨ ଜଣ ସୁସ୍ଥ ହୋଇଛନ୍ତି ।
Powered by Froala Editor