ବିହାର ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଗାଡି ଉପରେ ଟେକା ପଥର ମାଡ

ପାଟଣା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କୁମାରଙ୍କ ସୁରକ୍ଷା ଗାଡିଗୁଡାକ ଉପରେ ଆଜି କିଛି ଲୋକ ଆକ୍ରମଣ କରଛନ୍ତି । ଆକ୍ରମଣକାରୀଙ୍କୁ ଚିହ୍ନଟ କରାଯାଇ ନ ଥିବା ବେଳେ ସେମାନଙ୍କ ଟେକା ପଥର ମାଡରେ ୪ଟି ଗାଡି କ୍ଷତିଗ୍ରସ୍ତ ହୋଇଇଛି । ତେବେ ଏ ଥିରେ ମୁଖ୍ୟମନ୍ତ୍ରୀ ନଥିଲେ । ସୂଚନାଯୋଗ୍ୟ ପ୍ରାୟ ସପ୍ତାହକ ତଳେ ନିଖୋଜ ହୋଇଯାଇଥିବା ଯୁବକର ମୃତ ଶରୀର ବେଉରଠାରେ ମିଳିବା ପରେ ଉତ୍ଥ୍ୟକ୍ତ ଜନତା ଗୌରୀଛକରେ ସୋହଗିଠାରେ ପାଟନା -ଗୟା ମୁଖ୍ୟରାସ୍ତା ଅବରୋଧ କରିଥିଲେ ।
ଠିକ ଏତିକି ବେଳେ ନୀତିଶ କୁମାରଙ୍କ ଗାଡି ପଟୁଆର ଆସିଲା । ମୁଖ୍ୟମନ୍ତ୍ରୀଙ୍କ ଗାଡି ଯାଉଥିବାର ଦେଖି ସେମାନେ ଗାଡି ଉପରକୁ ଟେକା ପଥର ମାଡକ ରିଥିଲେ । କିନ୍ତୁ ହେଲିକପ୍ଟରରେ ମୁଖୟମନ୍ତ୍ରୀ ବନ୍ୟାଅଞ୍ଚଳ ପରିଦର୍ଶନ କରିବାକୁ ଯାଇଥିବାରୁ ସେ ଗାଡିରେ ନଥିଲେ ।
Powered by Froala Editor