ପୁଣି ୨ ଟଙ୍କା ବଢିଲା କ୍ଷୀର ଦାମ୍
ଆଉ ଦୁଇ ଟଙ୍କା ବଢିବ ଅମୂଲ ଏବଂ ମଦର ଡାଏରୀର କ୍ଷୀର ପକେଟ୍ ଦାମ। ନୂତନ ଦର ଅଗଷ୍ଟ ୧୭ରୁ ଲାଗୁ ହେବ। ଏହାକୁ ମିଶାଇ ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ କ୍ଷୀରର ଦାମ ବଢ଼ିଛି। ନୂଆ ଦର ଲାଗୁ ହେବା ପରେ ଅଧା ଲିଟର ଅମୂଲ ଗୋଲ୍ଡର ମୂଲ୍ୟ ୩୧ ଟଙ୍କା, ଅମୂଲ ତାଜାର ଦାମ ୨୫ ଟଙ୍କା ଓ ଅମୂଲ ଶକ୍ତିର ଦାମ ୨୮ ଟଙ୍କା ହୋଇଯିବ। ଲିଟର ପିଛା ୨ ଟଙ୍କା ମହଙ୍ଗା ହେବାର ଅର୍ଥ ଏମଆରପି ଉପରେ ୪% ବଢ଼ିବା ସହ ସମାନ।
ଏହା ପୂର୍ବରୁ ମଦର ଡାଏରୀ ମାର୍ଚ୍ଚ ୭ରେ ଲିଟିକିଆ କ୍ଷୀର ପକେଟ୍ର ଦାମ ୨ ଟଙ୍କା ବଢାଇଥିଲା। ଗୁଜରାଟ କପୋରେଟିଭ୍ ମିଲ୍କ ମାର୍କେଟିଂ ଫେଡେରେସନ ଅମୂଲ ବ୍ରାଣ୍ଡରେ କ୍ଷୀର ଏବଂ ଡାଏରୀ ପ୍ରକ୍ଟରର ଦୁଗ୍ଧ ସାମଗ୍ରୀ ବିକ୍ରି କରିଥାନ୍ତି। ଏବେ ଅମୂଲ ଏବଂ ମଦର ଡାଏରୀ ବୁଧବାରଠୁ ଲିଟର ପିଛା କ୍ଷୀରର ମୂଲ୍ୟ ୨ ଟଙ୍କା ବଢାଇବାକୁ ଘୋଷଣା କରିଛି। କଞ୍ଚାମାଲର ଦାମ ବଢିବାରୁ କ୍ଷୀର ମୂଲ୍ୟ ବଢାଯାଉଥିବା କମ୍ପାନୀ କହିଛି।
କମ୍ପାନୀ କହିଛି ଯେ ବିଭିନ୍ନ ସାମଗ୍ରୀର ଦର ବୃଦ୍ଧି ଯୋଗୁ ଉତ୍ପାଦନ ଖର୍ଚ୍ଚ ବଢ଼ିଛି। କେବଳ ଗୋଖାଦ୍ୟର ଦାମ ଗତବର୍ଷ ତୁଳନାରେ ୨୦% ମହଙ୍ଗା ହୋଇଛି। ଇନପୁଟ ଦାମକୁ ଦୃଷ୍ଟିରେ ରଖି ଆମ ସଦସ୍ୟ ୟୁନିୟନ ଚାଷୀଙ୍କ ପ୍ରାପ୍ୟକୁ ୮ରୁ୯% ବୃଦ୍ଧି କରିଛନ୍ତି। ତେଣୁ ଏବେ କ୍ଷୀରର ଦାମ ବୃଦ୍ଧି କରାଯାଇଛି।
Powered by Froala Editor