ମହିଳା କନ୍ଷ୍ଟେବଲ୍ଙ୍କୁ ଅସଦାଚରଣ ଅଭିଯୋଗ, ଏଏସ୍ଆଇ ଗିରଫ

ଫୁଲବାଣୀ: ଖାକିରେ ଦାଗ । ମହିଳା କନ୍ଷ୍ଟେବଲ୍ଙ୍କୁ ଜଣେ ପୁଲିସ ଅଧିକାରୀ ଅସଦାଚରଣ କରାଯାଇଥିବା ନେଇ ଫୁଲବାଣୀ ଟାଉନ୍ ଥାନାରେ ଅଭିଯୋଗ ହୋଇଛି । ଏନେଇ ଅଭିଯୁକ୍ତ ଏଏସ୍ଆଇ ବିଭୁଦତ୍ତ ଶର୍ମାଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିବା ଥାନା ଅଧିକାରୀ ସୁଶାନ୍ତ ସେଠୀ କହିଛନ୍ତି ।
ଗତ ୨୮ ତାରିଖରେ ଅଭିଯୋଗକାରିଣୀ ମହିଳା ପୁଲିସ ଜିଲ୍ଲା କୋର୍ଟରେ କାର୍ୟ୍ୟରେ ବ୍ୟସ୍ତ ରହିଥିଲେ । ଏଏସ୍ଆଇ ବିଭୁଦତ୍ତ ଶର୍ମା ହଠାତ ରୁମ୍କୁ ପଶି ଆସି ତାଙ୍କୁ ଅସଦାଚରଣ କରିଥିଲେ । ପ୍ରତିବାଦ କରିବାରୁ ଏଏସ୍ଆଇ ଜଣଙ୍କ ତାଙ୍କୁ ଧମକ ଚମକ ଦେଇଥିଲେ । ଏନେଇ କନ୍ଷ୍ଟେବଲ୍ଙ୍କ ଅଭିଯୋଗକୁ ଭିତ୍ତି କରି ଟାଉନ ଥାନାରେ ମାମଲା ରୁଜୁ କରାଯାଇଛି ।
Powered by Froala Editor