ବନମହୋତ୍ସବରେ ରାଜନୀତି: ଆପ୍ କାର୍ଯ୍ୟକ୍ରମରେ ମୋଦିଙ୍କ ଫଟୋ ଜବରଦସ୍ତି ଲଗାଯାଇଥିବା ଅଭିଯୋଗ
ଆପ୍ର ଏକ କାର୍ଯ୍ୟକ୍ରମରେ ମୋଦିଙ୍କ ଫଟୋ ଲଗାଯାଇଛି । ଯାହାକି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏନେଇ ଆପ୍ ପକ୍ଷରୁ ଅଭିଯୋଗ ମଧ୍ୟ ହୋଇଛି । ମୋଦିଙ୍କ ଫଟୋ ଜବରଦସ୍ତି ଲଗାଯାଇଥିବା ଅଭିଯୋଗ ଆଣିଛନ୍ତି କେଜ୍ରିୱାଲଙ୍କ ପରିବେଶ ମନ୍ତ୍ରୀ ଗୋପାଲ ରଏ।
ଉଲ୍ଲେଖଯୋଗ୍ୟ, ଦିଲ୍ଲୀରେ ଜୁଲାଇ ୧୧ ଠାରୁ ବନ ମହୋତ୍ସବ ଚାଲିଛି। ଏହା ମହୋତ୍ୱ ଜରିଆରେ ଦିଲ୍ଲୀରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଚାଲିଛି। ଶନିବାର ଏହି ମହୋତ୍ସବର ସମାପନ କାର୍ଯ୍ୟକ୍ରମ ଥିଲା। ଦିଲ୍ଲୀର ଅସୋଲା ଭାଟି ଅଞ୍ଚଳରେ ଆମ ଆଦମୀ ପାର୍ଟିର ବନ ମହୋତ୍ସବ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଏଲ୍ଜି ବିକେ ସକ୍ସେନା ଉଭୟ ଯୋଗ ଦେଇଥାନ୍ତେ। କିନ୍ତୁ ଏହା ପୂର୍ବରୁ ଏହି କାର୍ଯ୍ୟକ୍ରମରେ ମୋଦିଙ୍କ ପୋଷ୍ଟରକୁ ଜୋର ଜବରଦସ୍ତ ଲଗାଯାଇଥିବା ଅଭିଯୋଗ ଆସିଛି। ଯାହାକୁ ନେଇ ପୁଣି ଥରେ ଦିଲ୍ଲୀ ସରକାର ଓ ଏଲ୍ଜିଙ୍କ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଯାଇଛି।
ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରଏ କହିଛନ୍ତି, ‘ଆମେ ଝଗଡ଼ା ଚାହୁଁନୁ, ସରକାରୀ କାର୍ଯ୍ୟକ୍ରମକୁ ରାଜନୈତିକ କରାଯାଉଛି। ସେଥିପାଇଁ ଉଭୟ ସିଏମ୍ ଏବଂ ମୁଁ କାର୍ଯ୍ୟକ୍ରମରେ ସାମିଲ ହୋଇନଥିଲୁ। ଶନିବାର ରାତିରେ ଦିଲ୍ଲୀ ସରକାରଙ୍କ ସରକାରୀ କାର୍ଯ୍ୟକ୍ରମରେ ପୁଲିସ ପଠାଯାଇଥିଲା। ପୁଲିସ କାର୍ଯ୍ୟକ୍ରମର ବ୍ୟାନର ବଦଳରେ ପିଏମ ମୋଦିଙ୍କ ଫଟୋ ଥିବା ଏକ ବ୍ୟାନର ଲଗାଇଥିଲା।’
Powered by Froala Editor