ଭାରତୀୟ ବଂଶୋଦ୍ଭବ ହୁମାଇରା ଗରାସିଆ ହେଲେ ବ୍ରିଟେନର କନିଷ୍ଠ ବାଚସ୍ପତି
ବ୍ରିଟେନରେ ଜଣେ ଭାରତୀୟ ବଂଶୋଦ୍ଭବ ଇତିହାସ ରଚିଛନ୍ତି । ୨୫ ବର୍ଷୀୟ ହୁମାଇରା ଗରାସିଆ ଲଣ୍ଡନ ବୋରୋ ଅଫ୍ ହ୍ୟାକନିର ସବୁଠୁ କନିଷ୍ଠ ବାଚସ୍ପତି ହୋଇଛନ୍ତି ।
ଗରାସିଆଙ୍କ ପୂରା ପରିବାର ଗୁଜରାଟର ମୂଳ ବାସୀନ୍ଦା । ତାଙ୍କ ବାପା କମ ବୟସରୁ ବ୍ରିଟେନ ଚାଲି ଯାଇଥିଲେ। ମାତ୍ର ୧୫ ବର୍ଷ ବୟସରେ ଗରାସିୟା ରାଜନୀତିରେ ପ୍ରବେଶ କରିଥିଲେ । ସେ ଲଣ୍ଡନ ବିଶ୍ୱବିଦ୍ୟାଳୟରୁ ରାଜନୀତିରେ ବିଏ କରିଥିଲେ । ଗରାସିଆ କହିଛନ୍ତି, ‘୨୦୧୮ ମସିହାରେ ମାତ୍ର ୨୧ ବର୍ଷ ବୟସରେ ମୁଁ କାଉନସିଲର ନିର୍ବାଚିତ ହୋଇଥିଲା ଏବଂ ଏହା ପରେ ଚାରି ବର୍ଷ ଯାଏଁ କାର୍ଯ୍ୟ ସମ୍ଭାଳିଥିଲି । ସେହି ସମୟରେ କାଉନସିଲର ଭାବେ ନିର୍ବାଚିତ ହେବାରେ ସବୁଠୁ କନିଷ୍ଠ ଭାରତୀୟ ବଂଶୋଦ୍ଭବ ନେତା ଥିଲି’।
ଗରାସିଆ କହିଛନ୍ତି, ‘ମୁଁ ବ୍ରିଟେନରେ ଭାରତୀୟ ବଂଶୋଦ୍ଭବ ଭାବେ ସବୁଠୁ କନିଷ୍ଠ ବାଚସ୍ପତି ଏବଂ ଲଣ୍ଡନ ବୋରୋ ଅଫ୍ ହ୍ୟାକନିର ସବୁଠୁ କନିଷ୍ଠ ବାଚସ୍ପତି ହୋଇଛି’। ’ମୁଁ ଅସମାନତା ପ୍ରସଙ୍ଗ ଉପରେ ଫୋକସ କରିବି ଏବଂ ବର୍ଣ୍ଣବୈଷମ୍ୟ, ଭେଦଭାବ ପରି ପ୍ରସଙ୍ଗର ସମଧାନ କରିବା ଉପରେ ଜୋର ଦେବି’।
Powered by Froala Editor