ବନାନ୍ତୁ ସୁସ୍ୱାଦୁ ଗାଜର କେକ୍
ଭୁବନେଶ୍ୱର: ଆପଣ ତ ନିଶ୍ଚିତ ଭାବେ ଭଳି ଭଳିକା କେକ ଖାଇଥିବେ । ଆଜିକା ସମୟରେ ବଜାରରେ ବି ବିଭିନ୍ନ ଟେଷ୍ଟର କେକ ଉପଲବ୍ଧ ହେଲାଣି । ଯେତେବେଳେ ଯିଏ ଚାହିଁବ ସହଜରେ ଆଣି ତାକୁ ଖାଇପାରିବେ । କିନ୍ତୁ ସବୁବେଳେ ବଜାରର କେକ ଖାଇବା ବଦଳରେ ଘରେ କେକ ପ୍ରସ୍ତୁତ କରି ଖାଇବାର ମଜା ନେବା ଉଚିତ । ଏହା ସହ ଅନ୍ୟ ମାନଙ୍କୁ ବି ଚଖେଇବା ଉଚିତ । ଆଉ ଖାସ ସେହି କାରଣରୁ ହିଁ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ସୁସ୍ୱାଦୁ ଗାଜର କେକର ରେସିପି । ତେବେ ପ୍ରଥମେ ଲେଖିରଖନ୍ତୁ ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ ବିଷୟରେ ।
ପ୍ରସ୍ତୁତି ପ୍ରଣାଳୀ; ଦୁଇ କପ ମଇଦା, 2 ଚାମଚ ବେକିଙ୍ଗ ପାଉଡର, ଦୁଇ ଚାମଚ ବେକିଙ୍ଗ ସୋଡା, ଦେଢ଼ ଚାମଚ ଗୁଜୁରାତି, ଗୋଟେ ଚାମଚ ନଟମେଗ ପାଉଡର, ଗୋଟେ ଚାମଚ ସି ସଲଟ, 3 କପ ଗାଜର କୋରା, ଦେଢ଼ କପ ହାଲୁକା ଭଜାଯାଇଥିବା ୱାଲ ନଟ, ଗୋଟେ କପ ନଡ଼ିଆ କୋରା, ଗୋଟେ କପ କିସମିସ, ଦେଢ଼ କପ ଚିନି, ଗୋଟେ କପ ରନ୍ଧା ତେଲ, 4 ଟା ବଡ ଆକାରର ଅଣ୍ଡା, କ୍ରିମ ପାଇଁ 8 ଆଉନ୍ସ କ୍ରିମ ଚିଜ, ଅଧା କପ ବଟର, 3 କପ ଗୁଣ୍ଡ ଚିନି, 2 ଚାମଚ ଭାନିଲା ଏସେନ୍ସ
ପ୍ରସ୍ତୁତି ପ୍ରଣାଳୀ:
– ପ୍ରଥମେ ଓଭାନକୁ 325 ଡିଗ୍ରୀ ତାପମାତ୍ରାରେ ଗରମ କରନ୍ତୁ । ଏହା ପରେ କିଛି ମଇଦା ଛିଞ୍ଚି ଦିଅନ୍ତୁ ।
– ଏବେ ଏକ ମାଧ୍ୟମ ଅକାରର ପାତ୍ରରେ ମଇଦା, ବେକିଙ୍ଗ ପାଉଡର, ବେକିଙ୍ଗ ସୋଡା଼, ଗୁଜୁରାତି ଗୁଣ୍ଡ, ନାଟମେଗ ସମେତ ସି ସଲଟ ଆଦିକୁ ମିଶାଇ ଦିଅନ୍ତୁ | ଏବେ ଆଉ ଏକ ବାଉଲରେ ଗାଜର, ୱାଲନଟ, ନଡ଼ିଆ ଓ କିସମିସ ଆଦିକୁ ମିଶାଇ ଦିଅନ୍ତୁ ।
– ଏବେ ଆଉ ଏକ ପାତ୍ରରେ ଗାଜର, ୱାଲନଟ, ନଡ଼ିଆ, କିସମିସ ଆଦିକୁ ଚିପୁଡ଼ି ଦିଅନ୍ତୁ ।
– ଆଉ ଏକ ପାତ୍ରରେ ଇଲେକ୍ଟ୍ରିକ ବିଟର ବ୍ୟବହାର କରି ଚିନି ଓ ତେଲ ଆଦିକୁ ମିଶାଇ ଦିଅନ୍ତୁ ।
– ସେଥିରେ ଅଣ୍ଡା ମିଶାନ୍ତୁ ନରମ ହେବା ଯାଏଁ ଛାଡି ଦିଅନ୍ତୁ । ସେଥିରେ ମଇଦା ମିଶାନ୍ତୁ ଭଲ ଭାବରେ ମିଶିବା ଯାଏଁ ଘାଟନ୍ତୁ ।
– ଏବେ ପ୍ରସ୍ତୁତ ହୋଇଥିବା ବାଟର ଦୁଇଟି ପାତ୍ରରେ ଭାଗ କରି ଦିଅନ୍ତୁ । ନିଜ ଓଭାନରେ 30 ରୁ 40 ମିନିଟ ଧରି ସେକି ଦିଅନ୍ତୁ । ମଝିରେ ମଝିରେ ଚେକ କରି ଦିଅନ୍ତୁ ।
– ପ୍ୟାନରୁ ବାହାର କରି 5 ମିନିଟ ପାଇଁ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ । ଧୀରେ ଧୀରେ ବାହାର କରି ନିଜ ପସନ୍ଦ ଅନୁସାରେ କ୍ରିମ ଦେଇ ସଜାଇ ଦିଅନ୍ତୁ ।
Powered by Froala Editor